Orisha

ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ଘେରିଲେ ଘିଚାପାଲି ଗ୍ରାମବାସୀ l


ବନବିଭାଗରେ ଜଙ୍ଗଲ ସୁରକ୍ଷା ପାଇଁ କାର୍ଯ୍ୟରତ ଥିଲେ ହେଲେ ହାତେଇ ନେଲେ 6ଏକର ଜଙ୍ଗଲ ଜମି l ସୂଚନା ଅନୁସାରେ ବୀରମହାରାଜପୁର ବନାଞ୍ଚଳ କାର୍ଯ୍ୟାଳୟରେ ବନ ସୁରକ୍ଷା କର୍ମୀ ଭାବରେ କାମ କରୁଥିବା ରୋହିତ କୁମାର ପଧାନ ତାଙ୍କ ମା ଓ ଭାଇ ନାମରେ କାଗଜ ପତ୍ର କରି ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏନେଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଙ୍କୁ ଜଣାଇ ଥିଲେ ମଧ୍ୟ କିଛି ଲାଭ ହୋଇନଥିବା କହିଛନ୍ତି l ଏଠାରେ ପ୍ରଶ୍ନ ଉଠେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ସରକାରୀ ଜଙ୍ଗଲ ଜମି କୁ ନିଜ ପରିବାର ନା ରେ କାଗଜ ପତ୍ର କରିନେଇଥିବା ଜନସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି l କେବେ ଦୋଷୀ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବେ ଦେଖିବାକୁ ବାକିରହିଲା l

ସୋନପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ

 

Related Articles

Back to top button