Orisha

ଭିନ୍ନକ୍ଷମ ପିଲାଙ୍କ ପାଇଁ ତିନିଦିନିଆ ପ୍ରଶିକ୍ଷଣ

ତିର୍ତ୍ତୋଲ :- ଶିକ୍ଷାବିଭାଗର ପ୍ରୟାସ ଯେ ସବୁ ପିଲା ପଢନ୍ତୁ ଏବଂ ସକ୍ଷରତା ଆଡକୁ ବଢନ୍ତୁ ! ସେମାନଙ୍କ ମଧ୍ୟରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ମଧ୍ୟ ଶିକ୍ଷା ଦେବାର ବ୍ୟବସ୍ଥା ରହିଅଛି !ଭିନ୍ନକ୍ଷମ ପିଲାମାନଙ୍କୁ ବିଭିନ୍ନ ଶୈଳୀରେ ଶିକ୍ଷାଦାନ କରିବାକୁ ଯୋଜନା ମାନ କାର୍ଯ୍ୟକାରୀ କରାଯାଇ ପିଲାଙ୍କ ଜ୍ଞାନର ବୌଦ୍ଧିକ ବିକାଶ କରାଯାଇ ପାରୁଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ନାଉସିରା ଆଖଣ୍ଡଳମଣି ସରକାରୀ ବିଦ୍ୟାଳୟରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ,ସେପ୍ଟେମ୍ବର 21 ତାରିଖରୁ 23 ତାରିଖ ଯାଏ ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ଏକ ଶିକ୍ଷା ତାଲିମ୍ ଶିବିର ଆୟୋଜନ କରାଯାଇଛି ! ନିଜନିଜର ଭିନ୍ନକ୍ଷମ ପିଲାଙ୍କୁ ଅବିଭାବକମାନେ ଶିକ୍ଷାକେନ୍ଦ୍ରକୁ ସାଥିରେ ଧରି ଆସିଥିଲେ !ଏହି ଶିବିରରେ ପିଲାମାନଙ୍କର ଖାଦ୍ୟପେୟ ର ବ୍ୟବସ୍ଥା ସହିତ ବ୍ୟାୟାମ ଶିକ୍ଷା ମଧ୍ୟ ଦିଆଯାଉଛି ! ଉଦଯାପନୀ ଦିନ ପିଲାମାନଙ୍କୁ ଆବଶ୍ୟକ ଅନୁସାରେ ହୁଇଲ ଗାଡି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଶିକ୍ଷା ଅଧିକାରିଣୀ ସୂଚନା ଦେଇଛନ୍ତି !

 

ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button