ଗଣମାଧ୍ୟମର ସ୍ୱରକୁ ବନ୍ଦ କରିବାର ଅପଚେଷ୍ଟା ଅତି ନିନ୍ଦନୀୟ


ଜଗତସିଂହପୁର :- ଦୀର୍ଘ ତେଇଶି ବର୍ଷର ଶାସନରେ ଏପରି ନିନ୍ଦନୀୟ ଘଟଣା ଅତି ଲଜ୍ଜାଜନକ ଅଟେ ! ସମ୍ବିଧାନରେ ଗଣତନ୍ତ୍ରକୁ ସମ୍ମାନ ଜନକ ଭାବେ ବ୍ୟବହାର କରିବାକୁ ନିର୍ଦ୍ଧେଶ ଦେଉଥିବା ବେଳେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର ମାନ୍ୟତା ଦିଆଯାଇଛି ! ଭାରତ ସ୍ୱାଧୀନ ହେବା ଦିନୁ ଗଣମାଧ୍ୟମ ର ଭୂମିକା ସର୍ବଦା ଗୁରୁତ୍ତ୍ୱ ବହନ କରି ଆସିଛି ! ତେବେ ଆଜି କାହିଁକି ଗଣମାଧ୍ୟମର ସ୍ୱର କୁ ଚପାଇ ଦେବାର ଷଢଯନ୍ତ୍ର ଚାଲିଛି ? କଣ ରହିଛି ଭିତିରି ରହସ୍ୟ ? ଔଷଧ ବିକଳରେ ସରକାର ତାଟିଆ କାମୁଡୁ ନାହିଁ ତ ? ହାରିବାର ଭୟରେ ଶାସନକଳକୁ ଅପବ୍ୟବହାର କରୁନାହାନ୍ତି ତ ? ସାଧାରଣ ଲୋକଙ୍କର ପ୍ରଶ୍ନ, ଶାସକ ସରକାର ଗଣମାଧ୍ୟମକୁ କ୍ରୟ କରିବାକୁ ଚାହୁଁ ନାହିଁତ ? ତେବେ ସମ୍ବାଦ ଅଫିସରେ ଇ. ଓ. ଡବ୍ଲୁ. ର ଚଢ଼ାଉ କଣ ପାଇଁ ?
ଏତେ ବର୍ଷ ଯାଏ ସରକାର ଅପେକ୍ଷା କରିଥିଲେ କାହିଁକି ? ସତ କହିଲେ ନାତ ମିଳେ ନ୍ୟାୟରେ ସରକାର ନିଜକୁ ମିଛ ଚାଦରରେ ଘୋଡେଇ ହେଲେ ବି ସତ ଦିବାଲୋକ ପରି ସତ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ସମ୍ବାଦ ଅଫିସରେ ଇ.ଓ. ଡବ୍ଲୁ. ର ବେଆଇନ ଚଢ଼ାଉ ର ନିନ୍ଦା କରିବା ସହିତ ଉପରୋକ୍ତ ବିରୋଧ ମନ୍ତବ୍ୟ ମାନ ପ୍ରଦାନ କରିଛନ୍ତି ! ଏହି ପ୍ରତିବାଦ କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ସରୋଜ ନାୟକ, ବେଣୁଧର ନାୟକ, ଜ୍ୟୋତିରଞ୍ଜନ ପରିଡା, ତପନ ରାଉତରାୟ, ପ୍ରମୁଖ ପରିଚାଳନା କରିଥିବା ବେଳେ ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପକୁ ଜଗତସିଂହପୁର ର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଦୃଢ଼ ନିନ୍ଦା କରିଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



