ପେଣ୍ଡରାଣି ମହାବିଦ୍ୟାଳୟ ଠାରେ ଅର୍ଥନୀତି ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା।


ଉମରକୋଟ -୨୩-୦୯-୨୩-(ଆପ୍ର)- ଆଜି ପେଣ୍ଡରାଣି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅର୍ଥନୀତି ବିଭାଗ ତରଫରୁ ଏକ ସିମିନାର ଓ ସ୍ବାଗତ ସମାରୋହ ର ଆୟୋଜନ କରାଯାଇଥିଲା। ଏଥିରେ +୩ ଶେଷ ବର୍ଷ ଓ ଦ୍ବିତୀୟ ବର୍ଷର ଛାତ୍ର ଛାତ୍ରୀ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ଜଣାଇଥିଲେ।ସିମିନାର (ପାଠଚକ୍ର) ରେ ଭାରତର ଅର୍ଥନୈତିକ ପ୍ରଗତିରେ ବିର୍ତ୍ତିୟ ଅନୁଷ୍ଠାନ ଗୁଡିକର ପ୍ରମୁଖ ଭୂମିକା ବିଷୟ ବସ୍ତୁ ଥିଲା। ଏହି ସମାରୋହ ଟିକୁ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର ମିଶ୍ର ପରିଚାଳନା କରିଥିଲେ। ଅଧ୍ୟାପକ ଅଶୋକ କୁଜୁର ଓ ଚାନ୍ଦିନୀ ପାତ୍ର ସହଯୋଗ କରିଥିଲେ। ଆଲୋଚନା ରେ ଅଧ୍ୟକ୍ଷା ଡଃ ଅନିତା ମାଝୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧ୍ୟାପକ ଡଃ ଶେଷାନନ୍ଦ ମିଶ୍ର, ଦିବାକର ପଟ୍ଟନାୟକ, ରାମଶଙ୍କର ପଟ୍ଟନାୟକ,ପ୍ରଦୋଶ ପଟ୍ଟନାୟକ ଓ ଆଦୁ କିସାନି ପ୍ରମୁଖ ଯୋଗଦେଇ ନିଜ ନିଜ ଉପାଦେୟ ମନ୍ତବ୍ୟ ରଖିଥିଲେ। ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଉଦ୍ଧବ,କିରନ, ପୁଷ୍ପା, ସୌରଭ,ସନାତନ, ନିଜ ନିଜ ସଂଦର୍ଭ ପାଠ କରିଥିଲେ। ପରିଶେଷରେ ଡଃ ରବୀନ୍ଦ୍ର ମିଶ୍ର ତାଙ୍କ ଅଭିଭାଷଣରେ ଆଜି ବର୍ତ୍ତିୟ ଅନୁଷ୍ଠାନ ଗୁଡିକର ସୁପରିଚାଳନା ଦ୍ବାରା ଭାରତ କିପରି ବିଶ୍ବରେ ୫ ନମ୍ବର ଅର୍ଥନୀତି ହୋଇପାରିଛି ତାହା ବୁଝାଇଥିଲେ। ପରିଶେଷରେ ଇଂରାଜୀ ଅଧ୍ୟାପିକା କୁମାରୀ ଗାୟତ୍ରୀ ବିଶୋଇ ଓ ଓଡ଼ିଆ ଅଧ୍ୟାପିକା ରିତୁ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।
ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ



