ସର୍ପ ର ଦେବୀ ମନସା, ନଦୀ ଭିତରେ କଳଦୀ ଭେଳାରେ ପାଆନ୍ତି ପୂଜା,


-ବିଶ୍ୱାସ ଆସ୍ତା ଓ ଭରସା ର କରୁଣା ମୟୀ ଦେବୀ ହେଉଛନ୍ତି ମା ମନସା, ଭକ୍ତି, ଶ୍ରଦ୍ଧା ର ସହିତ ମା ଙ୍କୁ ପ୍ରାଥନା କଲେ ମା ଭକ୍ତ ଙ୍କ ଦୁଃଖ ମୋଚନ କରନ୍ତି,ସର୍ପ ଦଂଶନ ରୁ ମୁକ୍ତି ପାଇଁ ମା ଙ୍କୁ ପୂଜାଚର୍ଣ୍ଣା କରାଯାଏ,ବିଶ୍ୱାସ ରହିଛି ,
ଭିଓ -କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ପେଟଛିଲା ଠାରେ ବାଙ୍ଗୀୟ ରୀତି ନୀତି ଅନୁଯାୟୀ ମା ଙ୍କୁ ନଦୀ ମଝିରେ ଏକ ସୁସଜିତ କଦଳୀ ଭେଳା ରେ ପୂଜା କରିବାର ପରମ୍ପରା ରହିଛି, ଶ୍ରଦ୍ଧାଲୁ ଭକ୍ତ ଓ ମାନସିକ ବ୍ରତ ଧାରୀ ମାନେ ମାନେ ମାଙ୍କୁ ଟଙ୍କା ହାର ପ୍ରଦାନ କରିଥାନ୍ତି,ପରିବାର ଓ ଜଗତ ର ମଙ୍ଗଳ ପାଇଁ କୌଣସି ବ୍ୟକ୍ତି ଙ୍କୁ ଯେପରି ସର୍ପ ଘାତ ନ ହୁଏ ସେଥିପାଇଁ ମା ଙ୍କୁ ପ୍ରାଥନା କରାଯାଏ, ମାନସିକ ବ୍ରତ ଧାରୀ ମାନେ ମା ମନସା ଙ୍କ ନିକଟ ରେ ବତସା ଭୋକ ଅର୍ପଣ କରିଥାନ୍ତି, ମା ଙ୍କୁ ଅର୍ପଣ କରାଯାଇ ଥିବା ସମସ୍ତ ଦ୍ରବ୍ୟ ମା ଙ୍କ ସହିତ ନଦୀରେ ଭସାଇ ଦିଆଯାଏ, ମା ଙ୍କ ଆଶିଷ ଭିକ୍ଷା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକ ଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ ମହାକାଳପଡ଼ା ରୁ ଚନ୍ଦ୍ରକାନ୍ତ ପରିଡା ଙ୍କ ରିପୋର୍ଟ ସମର୍ଥ news

.



