ବନ୍ଦରନଗରୀ ପାରାଦ୍ୱୀପ ରେ ବିଶ୍ୱକର୍ମା ପୂଜାର ବର୍ଣ୍ଣାଢ୍ୟପୂର୍ଣ୍ଣ ମାହୋଲ


ପାରାଦ୍ୱୀପ :- ପର୍ଯ୍ୟଟନର ପେଣ୍ଠସ୍ଥଳ ତଥା ଶିଳ୍ପସମୃଦ୍ଧ ବନ୍ଦର ନଗରୀ ବିଶ୍ୱକର୍ମା ପୂଜାପାଇଁ ପ୍ରସିଦ୍ଧ ! ଏଠାରେ ପ୍ରତ୍ୟେକ ଗଳିକନ୍ଦିରେ ଓ ବଜାର ଉପକଣ୍ଠରେ ଆକର୍ଷଣୀୟ ତୋରଣ ସହିତ ବିଶ୍ୱବିନ୍ଧାଣି ବିଶ୍ୱକର୍ମାଙ୍କର ମୂର୍ତ୍ତି ସଜ୍ଜିତ ହୋଇ ପୂଜା ପାଆନ୍ତି ! ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କର ଭିଡ ଦେଖିବାକୁ ମିଳିଥିବା ବେଳେ ଦୀର୍ଘ ଦିନ ପରେ ପୂଜାର ମଜା ଲୁଟିବା ପାଇଁ ବହୁ ଦୂର ଦୁରନ୍ତ ରୁ ଦର୍ଶକ ମାନେ ଛୁଟି ଆସିଥିଲେ !ରଙ୍ଗୀନ ଚିକମିକ ଆଲୋକସଜ୍ଜା ଓ ସୁନ୍ଦର ତୋରଣ ଦର୍ଶକ ମାନଙ୍କ ମନକୂ ଆକର୍ଷଣ କରିଥିବା ବେଳେ ପାରାଦ୍ୱୀପ ମୁନିସିପାଲିଟି ଓ ପ୍ରଶାସନ ତରଫରୁ ଶାନ୍ତିଶୁଙ୍ଖଳା ରକ୍ଷା କରିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଷଷ୍ଠ ଦିନରେ ବିଭିନ୍ନ ପୂଜା କମିଟିକୁ ବିଭିନ୍ନ ବର୍ଗରେ ପୁରସ୍କୃତ ଓ ସମ୍ୱର୍ଦ୍ଧନା କରାଯାଇଥିବାର ସୂଚନା ମିଳିଛି !.ସେଥିମଧ୍ୟରୁ ବାହ୍ୟ ସାଜସଜ୍ଜା ପାଇଁ ପ୍ରଥମ ପୁରସ୍କାର ହାତେଇ ଥିଲେ OMFPA, ଦ୍ୱିତୀୟ ପୁରସ୍କାର ଡମ୍ଫର ଓନର
ଆସୋସିସନ,ତୃତୀୟ ପୁରସ୍କାର ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିଅନ ହାସଲ କରି ଥିବା ବେଳେ ଆକର୍ଷଣୀୟ ପୂଜାମଣ୍ଡପ ପାଇଁ ପ୍ରଥମ ପୁରସ୍କାର ଡମ୍ଫର ଓନର ଆସୋସିସନ, ଦ୍ୱିତୀୟ ପୁରସ୍କାର ଭାରତୀୟ ବନ୍ଦର ମଜଦୁର ୟୁନିଅନ, ତୃତୀୟ ପୁରସ୍କାର ପାରାଦ୍ୱୀପ ପୋର୍ଟ ଇଲେଟ୍ରିକାଲ ଡିଭିଜନ ପ୍ରାପ୍ତ ହୋଇଛନ୍ତି ! ସେହିପରି ଅତି ଚମତ୍କାର ଆଲୋକ ସଜ୍ଜା ପାଇଁ ପ୍ରଥମ ପୁରସ୍କାର OMFPA, ଦ୍ୱିତୀୟ ପୁରସ୍କାର ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିଅନ ଏବଂ , ତୃତୀୟ ପୁରସ୍କାର ଭାରତୀୟ ବନ୍ଦର ମଜଦୁର ୟୁନିଅନ ଯୋଗ୍ୟ ବିବେଚିତ ହୋଇଛନ୍ତି ! ବିଶେଷକରି ପୂଜା ମାହୋଲକୁ ସୁଚାରୁ ରୂପେ ନିୟନ୍ତ୍ରଣ କରିଥିବା ପୋଲିସ ପ୍ରଶାସନଙ୍କୁ ଏବଂ ବିଭିନ୍ନ ପୂଜା କମିଟି ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



