Orisha

ବାଇକ୍ ଦୁର୍ଘଟଣା ରେ ଯୁବ ସାମ୍ବାଦିକ ଗୁରୁତର l

 

ବୌଦ୍ଧ – ୨୨|୦୯ – କଣ୍ଟାମାଳ ଶିନ୍ଧିଗୋରା ରାଜ୍ୟ ରାଜପଥ ନଂ ୪୧ର ଘଣ୍ଟାପଡ଼ା ନିକଟରେ ଏକ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି | ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ | ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି | ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଜାରି ଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇଥିବା ସମ୍ପର୍କୀୟଙ୍କ ପକ୍ଷରୁ ଜଣା ପଡ଼ିଛି | ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ର ଯୁବ ୱେବ୍ ସାମ୍ବାଦିକ ଶଙ୍କର ସାହୁ କୌଣସି କାମରେ ବାଇକ୍ ଯୋଗେ ନିଜ ଗାଁ ରୁ କଣ୍ଟାମାଳ ଅଭିମୁଖେ ଆସୂଥିବା ବେଳେ ଘଣ୍ଟାପଡ଼ା ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣାରେ ଶଙ୍କର ଗୁରୁତର ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପରିବାର ଲୋକଙ୍କ ସହ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କୁ ନେଇଥିଲେ | ହେଲେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଏମସ ନିଆ ଯାଇଥିଲା | କଣ୍ଟାମାଳ ଅଞ୍ଚଳର ସାମ୍ବାଦିକ ମାନେ ଶଙ୍କର ଙ୍କ ଏଭଳି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button