ପାଣିରେ ବୁଡି ଯୁବକ ମୃତ୍ୟୁ ।


ବୌଦ୍ଧ-୨୨/୯- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ବାସି ଦିନ ଛାଡ ଖାଇ ମାନିଥାନ୍ତି ପଶ୍ଚିମ ଓଡ଼ିଶା ବାସୀ ।ହେଲେ ଉକ୍ତ ଦିନ ଘଟିଗଲା ଅଘଟଣ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମହୁଲବାହାଳି ଗ୍ରାମର କବି ମେହେର (୩୫)ନାମକ ଜଣେ ଯୁବକ କୌଣସି କାର୍ଯ୍ୟରେ ମନମୁଣ୍ଡା ଯାଇ ରାତ୍ର ୯ ଘଣ୍ଟା ସମୟରେ ଘରକୁ ଫେରୁଥିବା ସମୟରେ ଉକ୍ତ ଗ୍ରାମର ବନ୍ଧ ବୁଲାନି ରାସ୍ତାରେ ବାଇକ୍ ଭାରସାମ୍ୟ ହରାଇ ବନ୍ଧ ଭିତରକୁ ଖସି ପଡ଼ିଥିଲେ।ଅତ୍ୟଧିକ ପାଣି ଭିତରୁ ସେ ବାହାରି ନ ପାରି ପାଣିରେ ବୁଡି ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ସଙ୍ଗେ ସଙ୍ଗେ ମନମୁଣ୍ଡା ଡାକ୍ତରଖାନା କୁ ନେଇଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ୍ୟୁ ବରଣ କରିଥିବା ଯୁବକଙ୍କ ଛୋଟ ଛୋଟ ଦୁଇଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଏବେ ସଂପୂର୍ଣ୍ଣ ରୂପେ ପରିବାର ଭାଙ୍ଗି ପଡିଛନ୍ତି। ତେଣୁ ତାଙ୍କ ସ୍ତ୍ରୀ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଉକ୍ତ ଘଟଣା ଦିନ ସେ ମନମୁଣ୍ଡା ରାସ୍ତା ପାର୍ଶ୍ବରେ ଥିବା ବାବୁ ମଟନ ଠାରେ କାର୍ଯ୍ୟ କରୁଥିବା ସାଧାରଣ ଲୋକ ଦେଖିଥିବା ବେଳେ ହଠାତ୍ ଏପରି ଘଟଣା ଘଟିଥିବା କେହି ବିଶ୍ୱାସ କରି ପାରୁନାହାନ୍ତି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ମହୁଲ ବାହାଲି ଗ୍ରାମରେ ସୋକର ଛାୟା ଖେଳଯାଇଛି।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



