ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଠ ପଢିବା ଦିନକୁ ଦିନ କଷ୍ଟକର ହେଉଛି।


ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଠ ପଢିବା ଦିନକୁ ଦିନ କଷ୍ଟକର ହେଉଛି। ଯାହାର ଜଳ୍ବନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳିରେ । ସରକାରଗାଁ ଗହଳିର ଗରିବ ପରିବାରର ପିଲାମାନଙ୍କୁ ଇଂରାଜୀ ମିଡିୟମରେ ପାଠ ପଢିବା ପାଇଁ ଠAV ର ନିର୍ମାଣ କରିଛନ୍ତି। ସେଥିପାଇଁ ୩୧୪ଟି ବ୍ଳକରେ ନୂତନ ବିଦ୍ୟାଳୟ ନିର୍ମାଣ କରୁଛନ୍ତ। କେତେ ସ୍ଥାନରେ ଠA Vରନିଜସ୍ଵ ଗୃହନିର୍ମାଣ କରି ସେଥିରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ନିଆଳି ବ୍ଳକର ଜିଲ୍ଲାର ପୁର ପଞ୍ଚାୟତ ଗୋଲା ଗୋପିନାଥପୁର ସ୍ଥିତ ଠAV ଗୃହନିର୍ମାଣ କାର୍ଯ୍ୟଆଜିକୁ ୨ ବର୍ଷ ହେବ ଚାଲୁରହିଛି।୨ ବର୍ଷ ମଧ୍ୟରେ ମାତ୍ର ୮ ରୁ ୧୦ବିଖରା ଛାତ ପଡିଛି।ଆହୁରି ଅନେକ କାମ ବାକି ରହିଛି। ଗୃହ ନିର୍ମାଣ କାର୍ଯ୍ୟ ଯେଉଁ ଭଳି ଚାଲୁ ରହିଛି ଭିଜୁଆଲ ଦେଖି ଆପଣ ଅନୁମାନ କରି ପାରୁଥିବେ ଆଉ କେତେବର୍ଷ ଲାଗିବ ।girl hostel, BoyHostal, ଖେଳ ପଡିଆ, ପାଚେରୀ, ରୋଡ କାମ, classroom ଏହିଭଳି ଅନେକ କାମ ଆଗକୁ ହେବ। କହିବାକୁ ଗଲେ ନିଆଳି ଖୋଲା ଗୋପିନାଥପୁର ରେ ଠAV କାମ କଛପ ଗତିରେ ଚାଲିଛି। ଏପଟେ ଏବେ ନିଆଳି ହାଇସ୍କୁଲରେ ଠAV କୁ ନେଇ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି।ନିଆଳି ହାଇସ୍କୁଲ 5Tହେଲାପରେ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ହାଇସ୍କୁଲରେ ଶ୍ରେଣୀଗୃହନିଣ୍ଟିଆ ରହିଛି। ସେଥିରେ ଠAV କୁ ସଞ୍ଜୋଗ କରି ହାଇସ୍କୁଲର ସମସ୍ୟା ଦୁଇ ଗଣିତ ହୋଇଯାଇଛି । ଗୋଟିଏ ପଟେ ଶ୍ରେଣୀଗୃହ ନିଅଣ୍ଟିଆ ଥିବା ବେଳେ ଠAV ପିଆମାନେ ୫ଟି ଘରେ ପାଠ ପଡୁଛନ୍ତି।ଏହି ଭଳି ହାଇସ୍କୁଲ ଓ ଠAV ର ଛାତ୍ର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଶୌଚାଳୟ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା। ମଧ୍ୟାନ୍ୟ ଭୋଜନ ଗୃହ, ହଲ ଇତ୍ୟାଦିର ବ୍ୟବସ୍ଥା ହୋଇପାରୁନାହିଁ। ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ନିଆଳି ହାଇସ୍କୁଲରେ କଷ୍ଟେମଷ୍ଟେ୨ ବର୍ଷ ଠAV ରବିତି ଯାଇଛି । ହେଲେ ୩ୟ ବର୍ଷ ଆଉ ନୁହେଁ। ସେମାନେ ତାଙ୍କର ଅନ୍ୟ କେଉଁ ଆଡ଼େ ବ୍ୟବସ୍ଥା କରି ନିଆଳି ହାଇସ୍କୁଲ ଛାଡିବେବୋଲି ନିଆଳି ହାଇସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି। ସେପଟେ ଧର୍ମକୁ ଆଖି ଠାର ମାରିଲା ଭଳି ଗୋଲା ଗୋପିନାଥପୁର ସ୍ଥିତ OAV ର ବିଦ୍ୟାଳୟ ନିର୍ମାଣକାମ ଚାଲିଛି। ଠିକାଦାର କେତୋଟି ହାଡ ଗଣତି ଶ୍ରମିକକୁ ନେଇକାମକରୁଛନ୍ତି। ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କହୁଛନ୍ତି କମ ବହୁତ ଶିଘ୍ର ପରି ଯିବ। ହେଲେ ୨ ବର୍ଷ ମଧ୍ୟରେ କାମ କେତେ ହୋଇଛି Viswal କୁ ଦେଖି ବୁଝିପାରୁଥିବେ । ସରକାର, ଠିକଦାର ଓ ସ୍ଥାନୀୟ ଅଧିକାରୀଙ୍କୁ ଗୋଟିଏ ପ୍ରଶ୍ନ ଯଦି ଠAVର ୩ୟ ବ୍ୟାଚ ଆସିବା ପୂର୍ବରୁ ଯଦି ଠAVର ଗୃହ ନିର୍ମାଣ କାର୍ଯ୍ୟ ପରି ନଥାଏ ତେବେ ଠAVରଛାତ୍ର ଛାତ୍ରୀ ଯିବେ ତ ଯିବେ କୁ ଆଡେ ।
କଟକ ଜିଲ୍ଲା ନିଆଳି ରୁସେକ ଫୟାଜ ଉଦ୍ଦିନ ଙ୍କ ରିପୋର୍ଟ ସମର୍ଥ ନିୟୁଜ



