Orisha

ରାତି ପାହିଲେ ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ, ଉତ୍ସବ ମୁଖର ପୁରପଲ୍ଲୀ


ଭବାନୀପାଟଣ: ନୂଆଁଖାଇ କଳାହାଣ୍ଡି ଜିଲ୍ଲାର ଏକ ମୁଖ୍ୟ ପରମ୍ପରା । ସବୁଠି ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ ପ୍ରତିପଦ ଠାରୁ ଆରମ୍ଭ କରି ଦାଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ । ତେବେ ଆସନ୍ତାକାଲି(ରବିବାର) ଅଧିଷ୍ଠାତ୍ରୀ ଦେବୀ ମା’

ମାଣିକେଶରୀଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ । ଏନେଇ ଉତ୍ସବ ମୁଖର ପୁରପଲ୍ଲୀ। ରାତି ପାହିଲେ କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳରେ ପାଳନ ହେବ ଗଣପର୍ବ ନୂଆଁଖାଇ । ସାଧାରଣତ ଗଣେଶ ପୂଜା ପରଦିନ ଆର୍ଥାତ ପଞ୍ଚମୀକୁ ନୂଆଁଖାଇ ରୂପେ ପଶ୍ଚିମ ଓଡିଶାର ତଥା ରାଜ୍ୟରେ ପାଳନ କରାଯାଏ । କିନ୍ତୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଏ ।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପାଖରେ ରବିବାର ସକାଳେ ନବାନ୍ନ ଲାଗି ନେଇ ଲଗ୍ନ ସ୍ଥିର ହୋଇଛି । ମା’ଙ୍କ ନିକଟରେ ନବାନ୍ନ ଲାଗି ପରେ ଗଡଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ମଦନପୁର, ରାମପୁର, ମାଣିକେଶ୍ବରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପାଳିତ ହେବ ନୂଆଁଖାଇ ପର୍ବ । ରବିବାର ସକାଳ ୬ ଘଟିକାରୁ ୮ ଘଣ୍ଟା ୫୦ ଘଟିକା ମଧ୍ୟରେ ବିଧି ବିଧାନ ଅନୁଯାୟୀ ମା’ ମାଣିକେଶ୍ବରୀ ନିକଟରେ ନବାନ୍ନ ଲାଗି ହେବ । ସକାଳ ୧ ଘଣ୍ଟା ୧୦ ମିନିଟ ରୁ ୩ ଘଟିକା ମଧ୍ୟରେ ନୂଆଖାଇ ବେ ସର୍ବସାଧାରଣ । ସେହିପରି ଦିନ ୯ ଘଟିକା ଠାରୁ ସର୍ବସାଧାରଣ ମାଁ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ରହିବ ।ଶୁକ୍ଲପକ୍ଷ ଦଶମୀ ତିଥିରେ ମା’ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ । ଲଗ୍ନ ଘୋଷଣା ପରେ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଗଡଜାତ ଅଞ୍ଚଳ । କିଏ ନୂଆ ଧାନ କିଣିବାରେ ବ୍ୟସ୍ତ ତ ଆଉ କିଏ ନୂଆ ଚୁଡା, ଗୁଡ କିଣିବାରେ ବ୍ୟସ୍ତ ।

କୃଷିଭିତ୍ତିକ ପର୍ବ ନୂଆଁଖାଇରେ ସବୁ କିଛି ନୂଆ ସାମଗ୍ରୀ ବ୍ୟବହାର ହେବା ନେଇ ପରମ୍ପରା ରହିଥିବାରୁ ଲୁଗା ଦୋକାନରେ ମଧ୍ୟ ପ୍ରବଳ ଭିଡ ଜମୁଛି । ନୂଆଁଖାଇକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ବ୍ୟବସାୟକୁ ନେଇ ବେଶ୍ ଖୁସି ଅଛନ୍ତି । ଅନ୍ୟ ପଟେ ନୂଆଖାଇ ପରେ ପରେ ଆରମ୍ଭ ହେବ ଜୁହାର ଭେଟ ଓ ଚାଲିବ ଭେଟ ଘାଟ ସହ ନାଚ ଗୀତରେ ଆଶାର ଜାମୁଛି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button