ଗଞ୍ଜେଇ ସହ ବାଇକ୍ ଜବତ l


ବୌଦ୍ଧ -୨୨|୦୯ – ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ଗଞ୍ଜେଇ ସହ ବାଇକ୍ ଜବତ କରିଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ କଣ୍ଟାମାଳ ଅବକାରୀ ବିଭାଗର ଏକ ଟିମ୍ ଲମ୍ବସେରୀ ଗ୍ରାମ ମୁଖ୍ୟ ରାସ୍ତା ରେ ଚଢ଼ାଉ କରିଥିଲେ | ଏକ ବାଇକ୍ (ଓଡ଼ି ୧୨ ୬୦୪୩) ରେ ଜଣେ ବ୍ୟକ୍ତି କିଛି ଜିନିଷ ଧରି ଆସୁଥିବା ବେଳେ ଅବକାରୀ କର୍ମଚାରୀ ଙ୍କୁ ଦେଖି ବାଇକ୍ ଛାଡ଼ି ଘଟଣା ସ୍ଥଳରୁ ଫେରାର ମାରିଥିଲା | ସନ୍ଦେହରେ ଅବକାରୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ବ୍ୟାପକ ଗଞ୍ଜେଇ ସହ ବାଇକ୍ କୁ ଜବତ୍ କରିଥିବା ଜଣା ପଡ଼ିଛି | ଜବତ ଗଞ୍ଜେଇ କାର୍ଯ୍ୟାଳୟକୁ ଆଣି ଓଜନ କଲା ପରେ ୨୨କେଜି ହୋଇଥିବା ବିଭାଗ ପକ୍ଷରୁ ଜଣା ପଡ଼ିଛି | କଣ୍ଟାମାଳ ଅବକାରି ବିଭାଗ ପକ୍ଷରୁ ୯୬/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଖୁବ୍ ଶୀଘ୍ର ସଂପୃକ୍ତ ଗଞ୍ଜେଇ ମାଫିଆ କୁ ଚିହ୍ନଟ କରାଯିବ ବୋଲି କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି|
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



