Orisha

ଅବକ୍ଷୟ ମୁଖୀ ସମାଜ ଲାଗି ଉଦାହରଣ ପାଲଟିଛନ୍ତି ବରିଷ୍ଠ ସମାଜ ସେବୀ ଭରତ ସାର୍।

– ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନେଳିଆ ପଞ୍ଚାୟତ ଅନ୍ତର୍ଗତ ଗୋପପୁର ଗ୍ରାମର ଭରତ କୁମାର ବେହେରା , ବାୟସ ୭୨ ବର୍ଷ। ଶ୍ରୀଯୁକ୍ତ ବେହେରା ଏକାଧାର ରେ ଜଣେ ଦକ୍ଷ ଶିକ୍ଷାବିତ୍, ସମାଜ ସଂସ୍କାରକ,ତଥା ସମାଜ ସେବୀ ଅଟନ୍ତି । ପେସାରେ ଶିକ୍ଷକତା,କିନ୍ତୁ ନିଶାରେ ସମାଜ ସେବା ଆଜି ତାଙ୍କୁ ବୟସର ଅପର୍ହ୍ନରେ ଏକ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚୟ ଦେଇଛି। ଶ୍ରୀ ବେହେରାଙ୍କ ଜନ୍ମ ଭୂମି ଯଦି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଛେଦା ଗ୍ରାମରେ ହୋଇ ଥିବା ବେଳେ, ବଡ଼ଚଣା ବ୍ଲକ ଛତିଆ ନିକଟସ୍ଥ ଗୋପପୁର ଗ୍ରାମ ବାସଭବନରେ କାଳାତିପାତ କରୁଛନ୍ତି। ବାଲ୍ୟ କାଳ ରୁ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଦକ୍ଷ ଶିକ୍ଷା ବିତ,ସମାଜ ସଂସ୍କାରକ,ଗ୍ରାମୀଣ କ୍ରୀଡା ର ପ୍ରଚାର ପ୍ରସାର କରିଥିଲେ। ସମାଜର ବିଭିନ୍ନ ଅନୁଷ୍ଠାନ ସହ ଓତଃ ପ୍ରତ ଭାବେ ଜଡ଼ିତ ହୋଇ ନିଜର ଲୋକପ୍ରିୟତା ସୃଷ୍ଟି ଛନ୍ତି ଅତି ପ୍ରିୟ ଧୂନା ସାର୍ ନାମରେ। ଶ୍ରୀ ବେହେରା ବହୁ ବାର ଗ୍ରାମାଞ୍ଚଳ କ୍ରୀଡାର ବିକାଶ, ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ କ୍ରୀଡା ଭାଗ ନେଇ ପ୍ରଶିକ୍ଷଣ କରି ଥିବା ବେଳେ,ବହୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ ସଫଳ ଛାତ୍ର ସରୋଜ ମଲ୍ଲିକ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା ବେଳେ ବର୍ତ୍ତମାନ ଶ୍ରୀ ମଲ୍ଲିକ ଓଡିଶା ସରକାର ଙ୍କ ପୋଲିସ ଵିଭାଗ ରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ବିଗତ ୧୯୯୭ /୯୮ ମସିହାରେ ହାଇଦ୍ରାବାଦ ଠାରେ ଅନୁଷ୍ଟିତ ସର୍ବ ଭାରତୀୟ କବାଡି ପ୍ରତିଯୋଗିତା,୧୯୮୧/୮୨ ମସିହାରେ ଭାରତ ସରକାରଙ୍କ ଶିକ୍ଷା ଓ ସଂସ୍କୃତି ମନ୍ତ୍ରାଳୟ,  ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରି ୧୯୮୦ ମସିହାରେ କଟକ ଡଗର ପଡା ଚାନ୍ଦିନୀ ଚୌକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ୨୦୨୦ ମସିହାରେ ଅବସର ଗ୍ରହଣ କରି ଛନ୍ତି।

କିନ୍ତୁ ବୟସର ଅପରାହ୍ନ ରେ ବିଶ୍ରାମ ନେବା ପରିବର୍ତ୍ତେ ଜାରୀ ରଖିଛନ୍ତି ସମାଜ ସେବା । ଶ୍ରୀ ଯୁକ୍ତ ବେହେରା ସୋଲର ପାଇକରା ପୁର ସ୍ଥିତ”ସେବକ” ଜରା ନିବାସରେ ସେବାକାର୍ଯ୍ୟ ଜାରି ରଖିଛନ୍ତି । ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଆ ଜାତି ର ଐତିହ୍ୟ ପରମ୍ପରା ହେଉଛି ଏକନ୍ନବର୍ତ୍ତି ପରିବାର। ଯାହା ସମାଜରେ ଆଜି ଯୌଥ ପରିବାର ଛିଡି ଛିଡି ଯାଉଛି। ସବୁଠୁ ଦୁଃଖର କଥା ହେଉଛି ଯେୟୁଁ ମାଆ ବାପା ମାନେ ଦଶ ମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହ୍ୟ କରି କେତେ ପୂଜା ମାନସିକ କରି ପୁଅ ଝିଅ ମାନଙ୍କୁ ଶିକ୍ଷିତ ମଣିଷ ତିଆରି କଲେ ,ଆଜି ସେହି ପୁଅ ବୋହୂ ମାନେ ନିଜର ଜନ୍ମିତ ବାପା ମାଆ ମାନଙ୍କୁ ଅଲୋଡ଼ା ଓ ଅବହେଳିତ କରି ଘରୁ ବାହାର କରି ଦେଉ ଛନ୍ତି , ସେହି ଅବହେଳିତ ବାପା ମାଆ ମାନଙ୍କ ଲାଗି ଆଶ୍ରୟ ପାଲଟିଛି ସୋଲର ସ୍ଥିତ ଜରା ନିବାସ । ତେବେ ପୁଅ ଝିଅ ମାନଙ୍କୁ ଶିକ୍ଷିତ ଓ ମଣିଷ କରି ଗଡ଼ିବା ପରେ ଜୀବନ୍ତ ଠାକୁର ନିଜ ପିତା ମାତାଙ୍କ ପ୍ରତି ଏଭଳି ହିନ ମାନସିକତା କଣ ପାଇଁ ? ଏହା ଆମ ଭାରତୀୟ ସଂସ୍କୃତି, ପରମ୍ପରା ଓ ସମାଜକୁ ବିକୃତ କରୁଛି ବୋଲି କହି ଚିନ୍ତା ପ୍ରକଟ କରିଥିଲେ। ଆଜିର ପୁଅ ବୋହୂ ମାନେ ଭବିଷ୍ୟତରେ ମଧ୍ୟ ନିଶ୍ଚିତ ଭାବେ ବୃଦ୍ଧ ହେବେ ? ତେବେ ନିଜର ଜନ୍ମିତ ବାପା ମାଆ ଙ୍କୁ ଏଭଳି ଦୁଃଖ ଓ ଦୁର୍ଦ୍ଦଶା ଭିତରକୁ ଠେଲି ନ ଦେଇ , ସେମାନେ ବୃଦ୍ଧ ପିତା ମାତା ଙ୍କୁ ଆଦରି ନେବା ସହିତ ଘରକୁ ନେଇ ସେବା ଯତ୍ନ କରିବାକୁ ଆହ୍ବାନ ଦେଇ ଛନ୍ତି। ଆଜିର ଶିକ୍ଷିତ ସମାଜରେ ଏହି ଭଳି ଦୁଃଖଦ ଘଟଣା କୁ ଦୂର କରିବା ପାଇଁ ତଥା ସମାଜର ଅବକ୍ଷୟ କୁ ପରିବର୍ତ୍ତନ କରିବା ତଥା ଏକ ସୁସ୍ଥ ସମାଜ ଗଠନ ପାଇଁ ଆହ୍ବାନ କରିଛନ୍ତି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

 

Related Articles

Back to top button