ହରି ବାବା ଙ୍କ ଏକା ଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା


ମାଗୁରା ଗ୍ରା, ପ ରାମପୁର ଗ୍ରାମ ର ହରେକୃଷ୍ଣ ସାହୁ ହରି ବାବା ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା, ସରପଞ୍ଚ ରଶ୍ମି ରଞ୍ଜନ ରାଉତ ଏଥିରେ ସଭା ପତିତ୍ୱ କରି ଥିଲେ, ଟାଙ୍ଗୀ ଚୌଦ୍ୱାର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ, ନେଳିଆ ଗ୍ରାପ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମିତି ସଭ୍ୟ ପ୍ରତିନିଧି ଧନେଶ୍ୱର ବେହେରା ମାଗୁରା ସମିତି ସଭ୍ୟ ଭାରତୀ ହାତୀ ଅଧ୍ୟାପକ ନିରଞ୍ଜନ ପାତ୍ର ଯୁବ ନେତା ଅଶୋକ ବାଇ ଓ ନାରାୟଣ ସାହୁ ଙ୍କ ସମେତ ସ୍ଥାନୀୟ ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ହରି ବାବା ଙ୍କ ପ୍ରତି ଗଭୀରଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ, ହରି ବାବା ଙ୍କ ବହୁ ଶିଷ୍ୟ, ଶିଷ୍ୟା ମଧ୍ୟ ଏଥିରେ ଯୋଗ ଦେଇ ଥିଲେ, ସ୍ବର୍ଗତ ହରି ବାବା ହୁକୁମ ମାଧ୍ୟମ ରେ ଶହ ଶହ ଲୋକ ଙ୍କର ରୋଗ ଦୂର କରି ପାରୁ ଥିଲେ, ଅପୁତ୍ରିକ ମାନଙ୍କର ଠାକୁର ଆରାଧନା କରି ପୁତ୍ର ଦାନ କରି ପାରୁ ଥିଲେ ବୋଲି ଶିଷ୍ୟ ମାନେ ମତ ବ୍ୟକ୍ତ କରି ଥିଲେ,ସୁନାମ ଧନ୍ୟ ଚିକିତ୍ସାକ ଡାକ୍ତର ସୁବାସ ଚନ୍ଦ୍ର ନନ୍ଦ ନିଜର ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରି ଥିଲେ, ସର୍ବ ଶେଷ ରେ ବଡ଼ ପୁଅ ତ୍ରିଲୋଚନ ଧନ୍ୟବାଦ ଅର୍ପଣ କରି ଥିଲେ,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



