Orisha

ଡିଲର୍ ଙ୍କ ଗାମୁଛା ବଣ୍ଟନ କୁ ବିରୋଧ।

SHG group କୁ PDS ଚାଉଳ ବଣ୍ଟନ ଦାୟିତ୍ଵକୁ ବିରୋଧ । ପୂର୍ବରୁ ହେଉଥିବା PDS ଡିଲର୍ ଠାରୁ ରାସନ ସାମଗ୍ରୀ ନେବା ପାଇଁ ଗ୍ରାମବାସୀ ଜିଦ୍‌ I୧୦୦ ରୁ ଅଧିକ ହିତାଧିକାରୀ ଏ ନେଇ ନିଆଳୀ ବ୍ଳକ୍ ଅଧିକାରୀ ଙ୍କୁ ଦେଲେ ଦାବିପତ୍ର । ଖବର ଅନୁଯାଇ ନିଆଳୀ ବ୍ଳକ୍ କର୍ସଦା ପଞ୍ଚାୟତ ର ପତ୍ରକଣା ଗ୍ରାମବାସୀ ଦିର୍ଘଦିନ ହେବ PDS ଡିଲିର୍ ସରତଚନ୍ଦ୍ର ମହାପାତ୍ର ଙ୍କ ଠାରୁ ରାସନ ସାମଗ୍ରୀ ନେଇ ଆସୁଥିଲେ। ଏ ଯାବତ୍ ସବୁ ଠିକ୍ ଠାକ୍ ଚାଲୁଥିଲା। ଲୋକମାନେ ତାଙ୍କ ଠାରୁ ରାସନ ସାମଗ୍ରୀ ଠିକ୍ ସମୟରେ ନେଉଥିଲେ। ଚଳିତ ମାସ ଠାରୁ ଉକ୍ତ ଗ୍ରାମରେ ଥିବା ଗୋପାଳଜୀୟୁ SHG କୁ PDS ସାମଗ୍ରୀ ବଣ୍ଟନ କରିବା ନିମନ୍ତେ ଦାୟିତ୍ଵ ଦିଆଯାଇଛି । ଏ ସମ୍ପର୍କରେ SHG Group ସଦଶ୍ୟ ମାନେ ହିତାଧିକାରୀମାନଙ୍କୁ ଜଣାଇବା ସହ PDS ସାମଗ୍ରୀ ବଣ୍ଟନ ଆରମ୍ଭ କରିଥିଲେ। ଲୋକମାନଙ୍କୁ PDS ସାମଗ୍ରୀ ଦେବା ସହ ସେମାନଙ୍କୁ ଗୋଟିଏ ଲେଖାଏଁ ଗାମୁଛା ମଧ୍ୟ ଦେଇ ଥିଲେ । ଏ କଥା ଜାଣିଲା ପରେ କିଛି ହିତାଧିକାରୀ ଏହାକୁ ବିରୋଧ କରିବା ସହ ବିଡିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ବିଡିଓ ସେମାନଙ୍କ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ସରକାର ଙ୍କ ନିୟମ ଅନୁସାରେ SHG ଗୃପ୍ PDS ସାମଗ୍ରୀ ବଣ୍ଟନ କରି ପାରିବେ । କିନ୍ତୁ ହିତାଧିକାରୀ ମାନଙ୍କୁ ଲାଳାଇତ କରିବା ପାଇଁ ଗାମୁଛା ବଣ୍ଟନ କରିବା କଥା ଟିକିଏ ହଜମ ହେଉନାହିଁ । ଏଠି ପ୍ରଶ୍ନ ଉଠୁଛି ଯେ ଗୋଟିଏ ଗ୍ରାମରେ ପୂର୍ବରୁ ଡିଲର୍ ଥାଇ ଅନ୍ୟ ଏକ SHG ଗୋଷ୍ଠୀ କୁ PDS ବଣ୍ଟନ ଦାୟିତ୍ୱ ଦେବା କେତେ ଦୁର ଠିକ୍ । ପ୍ରଶାସନ ଏହାକୁ ତଦନ୍ତ କରି ହିତାଧିକାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।

ନିଆଳି ରୁ ଶେଖ୍ ଫାଜନ ଉଦ୍ଧିନ୍ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button