Orisha

ନିଖୋଜ ଯୁବକ ନିଖୋଜ ତିନି ଦିନ ପରେ ମୃତ ଦେହ ଉଦ୍ଧାର।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଛୋଟାଗୁଡ଼ା ଗ୍ରାମର ରାଜା ମାଲାକାର ନାମକ ଯୁବକ ଗତ ତିନି ଦିନ ଧରି ନିଖୋଜ ଥିବା ତାଙ୍କ ବାପା ଝରିଗାଁ ଏବଂ ଡାବୁଗାଁରେ ଏତଲା ଦେଇଥିଲେ । ତେବେ ଆଜି ତାଙ୍କ ମୃତ୍ୟୁ ଶରୀର ମୈଦଲପୁର ଥାନା ଚନ୍ଦ୍ରପୁର ଜଙ୍ଗଲ ରୁ ଉଦ୍ଧାର କରାଯାଇଛି ।ସୂଚନା ମୁତାବକ

ଛୋଟାଗୁଡ଼ା ଗ୍ରାମର ତିନିଜଣ ଯୁବକ ବିଦୁତ ତାର ଚୋରି କରିବା ପାଇଁ ଯାଇ ବିଦୁତ ସଂସ୍ପର୍ଷ ରେ ଆସି ରାଜା ମାଲାକାରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଶେଷରେ ସାଙ୍ଗରେ ଥିବା ଦୁଇ ଜଣ ରାଜା ମାଲାକାରଙ୍କ ମୃତ୍ୟୁ ଶରୀର କୁ ପାଖରେ ଥିବା ଜଙ୍ଗଲ ମଧ୍ୟରେ ପୋତିଦେଇ ଚାଲି ଆସିଥିଲେ ।ପରିବାର ଲୋକେ ପୁଅ ନିଖୋଜ ଥିବା ଥାନା ରେ ଅଭିଯୋଗ ପରେ ସାଥିରେ ଥିବା ଦୁଇଜଣ K ରମେଶ ରାଓ ଓ ବିଶ୍ଵନାଥ ଗଉଡ ଙ୍କୁ ଜେରା କରିବାରୁ ସତ ପଦାକୁ ଆସିଥିଲା, ସତକହିବା ପରେ ଆଜି ଘଟଣା ସ୍ଥଳରେ ଝରିଗାଁ,ପାପଡ଼ାହାଣ୍ଡି,କୋଡିଙ୍ଗା,ଡାବୁଗାଁ ଓ ମୈଦଲପୁର ର ପୋଲିସ ପହଞ୍ଚି ପୋତା ଯାଇଥିବା ଶବକୁ ଉଦ୍ଧାର କରି ଜବତ୍ କରିଛନ୍ତି ଓ ଅଧିକ ତଦନ୍ତ ଜାରୀ ରଖିଛନ୍ତି।

ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନିୟୁଜ

 

Related Articles

Back to top button