

ବିନିକା ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଥିବା ସତ୍ତ୍ୱେ ମଧ୍ୟ ଧୁମଧାମରେ ପାଲିତ ହୋଇଯାଇଛି। ବିନିକା। ବ୍ଳକ ଶଙ୍କରା ପଞ୍ଚାୟତ କୌଡିଆମୁଣ୍ଡା ଭାଗବତ ମନ୍ଦିର ପ୍ରାଙ୍ଗଣରେ ଆଜିଦ ହିନ୍ଦ କ୍ଳବ ଆନୂକୁଲ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମରେ ଦେବାଦେବୀଙ୍କ ପିଠିରେ ନବାନ୍ନ ଲଗାଯିବା ପରେ ଘର ମାନଙ୍କରେ ନୂଆଁ ଲଗାଜାଇଥିଲା। ପରେ ନୂଆଁଖାଇ ସାରିବା ପରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ସ୍ଥାନୀୟ ଆଜିଦ ହିନ୍ଦ କ୍ଳବ ଆନୂକୁଲ୍ୟରେ ନାଚ ଗିତ କୁଇଜ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିୟର ସଙ୍ଗରେ ପ୍ରଥମ ସ୍ଥାନ ନବ୍ୟାନସ୍ ପଣ୍ଡା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପରି ପଣ୍ଡା ଦ୍ବିତୀୟ ଏବଂ ଦେବ ସାଇ ପୃଷ୍ଟି ତୃତୀୟ ସିନିୟର ସଙ୍ଗରେ ସୂଷମା କୁମ୍ଭାର ପ୍ରଥମ, ଭାବନା ପଣ୍ଡା ଦ୍ବିତୀୟ ଜୁନିୟର ଡ୍ୟାନ୍ସରେ ପ୍ରିୟଙ୍କା ଷାଣ୍ଢ ପ୍ରଥମ, ପରି ପଣ୍ଡା ଦ୍ୱିତୀୟ ,ନିକିତା ନାଗ ତୃତୀୟ ସିନିୟର ଡ୍ୟାନ୍ସରେ ରାନୀ କୁମ୍ଭାର ପ୍ରଥମ ,କାଜଲ ମହାକୁର ଦ୍ବିତୀୟ ,ଭାବନା ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି କୁଇଜ ପ୍ରତିଯୋଗିତାରେ ପ୍ରତ୍ୟୁଷ ପାତ୍ର ପ୍ରଥମ, ଓମକାର ସାହୁ ଦ୍ୱିତୀୟ ଏବଂ ଆୟୁଷ ପଣ୍ଡା ତୃତୀୟ ସ୍ଥାନ ହାସଲ କରିଥିଲେ।ଏଥିରେ ବିଚାରକ ଭାବେ ଆଷିଶ ପଣ୍ଡା,ପଞ୍ଚାନନ ନାଏକ ,ସୁରେଶ ନାୟକ(ଡିଲୁ) ପ୍ରମୁଖ ଯୋଗଦେଇଥିଲେ।ଅତିଥିଭାବରେ ଶଙ୍କରା ସେବା ସମବାୟ ସମିତିର ସଭାପତି ଧର୍ମରାଜ ପଣ୍ଡା, ସ୍ବେଚ୍ଛାସେବୀ ବଶିଷ୍ଠ ପଣ୍ଡା , ସୁବୋଧ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପରେପରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିଶିର ନାୟକ,ବିବେକା ପଣ୍ଡା,ଭାଗବତ ପଣ୍ଡା(ଟିଟୁ), ସମିର ନାୟକ, ବାଲ ଗୋପାଳ ପଣ୍ଡା, ନିଖିଳ ପଣ୍ଡା, ଶିବ ଶଙ୍କର ପଣ୍ଡା, ସନ୍ତୋଷ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ଅର୍ପଣ ପଣ୍ଡା, ତ୍ରୀପୁରାରି ପଣ୍ଡା, ଆନନ୍ଦ ଜାଲ ପ୍ରମୁଖ ସହଯୋଗ କରିଥିଲେ।
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)



