ନାରାୟଣ ଦାସ ମହାରାଜ ଙ୍କ ୯୪ ତମ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ।


ବଡ଼ଚଣା,୨୧।୯,(ନି; ପ୍ର) ଛତିଆ ନିକଟସ୍ଥ ମାଳିକା ପ୍ରସିଦ୍ଧ ସିଦ୍ଧ ଶୈଳ ନିବାସୀ ମହାପୁରୁଷ ହାଡ଼ି ବନ୍ଧୁ ଦାସ ଙ୍କ ପଟ୍ଟ ଶିଷ୍ୟ ବାବାଜୀ ନାରାୟଣ ଦାସ ମହାରାଜ ଙ୍କ ୯୪ ତମ ସ୍ୱ ନକ୍ଷତ୍ର ସିଦ୍ଧ ଗିରି ଆଶ୍ରମ ପରିସରରେ ଅନୁଷ୍ଟିତ ହୋଇ ଯାଇଛି। ବ୍ରହ୍ମ ମୁହୂର୍ତ୍ତ ରୁ ପ୍ରଭାତ ଆଳତି, ସକାଳ ନୀତି, ବାଲ୍ୟ ସେବା, ସୂର୍ଯ୍ୟପୂଜା, ଗୋ ପୂଜା, ଗୀତା ପାଠ ,ଜ୍ଞାନ ଯଜ୍ଞ ଓ ଗ୍ରୁରୁ ପୂଜା ଯଥା ରୀତି ନୀତି ଅନୁଯାୟୀ ଅନୁଷ୍ଟିତ ହୋଇ ଯାଇଛି। ଏହି ସ୍ୱ ନକ୍ଷତ୍ର ଅବସରରେ ସିଦ୍ଧ ଗିରି ଆଶ୍ରମ ମହନ୍ତ ବାବାଜୀ ବିଶ୍ଵନାଥ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇ ଥିବା ବେଳେ, ଗୀତା ଉପନିଷଦ ଚକ୍ର ଟାଙ୍ଗୀ ଶାଖାର ହୃଷୀକେଶ ସ୍ବାଇଁ, ଇନ୍ଦୁମତି ଗିରି,ଉତ୍ତମା ସ୍ୱାଇଁ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇ ଗୀତା ପାଠ କରି ଥିଲେ। ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଟାଙ୍ଗି- ଚୌଦ୍ଵାର ତହସିଲଦାର ଚୌଧୁରୀ ପ୍ରଜ୍ଞାନ ନନ୍ଦ ଦାସ ଯୋଗ ଦେଇ ଥିଲେ। ପୂର୍ବତନ ତହସିଲଦାର ଅଜୟ କୁମାର ମଲ୍ଲିକ ଯୋଗ ଦେଇ ଥିଲେ। ଅନ୍ୟପକ୍ଷରେ କଟକ ଜିଲ୍ଲା ବ୍ରାହ୍ମଣ ସମାଜ ର ସଭାପତି ଆଶିଷ କୁମାର ପତି, ନିକୁଞ୍ଜ କୁମାର ସ୍ବାଇଁ, ବିକଳା ନନ୍ଦ ସାହୁ,ମାନସ କୁମାର ନାୟକ, ସାମ୍ୱାଦିକ ନିରାକାର ସାହୁ, ମୁକ୍ତା ମଞ୍ଜରୀ ସାହୁ ପ୍ରମୁଖ ଯୋଗ ଦେଇ ଥିବା ବେଳେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗ ଦେଇ ଥିଲେ।ସିଦ୍ଧ ଗିରି ଭଗବତ ସଙ୍ଘ ପକ୍ଷରୁ ଏହି ଉତ୍ସବ କୁ ସୁନ୍ଦର୍ ଭାବରେ ପରିଚାଳନା କରିଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



