ସମାଜ ସେବାରେ ଉତ୍ସଗିକୃତ ବ୍ୟକ୍ତିତ୍ଵ ଭରତ ସାର୍ * ଅବକ୍ଷୟ ମୁଖୀ ସମାଜ କୁ ଏକ ଉଦାହରଣ ।


ବଡ଼ଚଣା, ୨୨।୯,(ନି ; ପ୍ର) ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ ଅଧିନସ୍ଥ ଗୋପପୁର ଗ୍ରାମର ଭରତ କୁମାର ବେହେରା ଗତ ତା୧୧-୮-୧୯୫୮ ମସିହାରେ ପିତା ଧବଳେଶ୍ଵର ବେହେରା ଓ ମାତା ମାତା ବେହେରାଙ୍କ ନିକଟସ୍ଥ ଚ୍ଛେଦା ଗ୍ରାମରେ କୋଳ ମଣ୍ଡନ କରି ଥିଲେ । ବାଲ୍ୟ ଅବସ୍ଥାରୁ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସମାଜ ସେବା ଓ ବିଭିନ୍ନ ଅନୁଷ୍ଠାନ ସହ ଓତଃ ପ୍ରତ ଭାବେ ଜଡ଼ିତ ହୋଇ ବିକଶିତ ପ୍ରତିଭାର ଅଧିକାରୀ ହୋଇ କୃତିତ୍ୱ ହାସଲ କରି ଅଛନ୍ତି।ଗତ ୧୯୭୫ ମସିହା ରେ ମାଟ୍ରିକ,୧୯୭୭ ମସିହାରେ ଆଇ ଏ,୧୯୭୯ ମସିହାରେ ଵିଏ ଓ ୧୯୮୬ ମସିହାରେ ବି ଇ ଡି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।ପିଲା ଦିନରୁ ଚ୍ଛେଦା ପ୍ରାଥମିକ ବିଦ୍ୟାଳୟ ଓ ଗାନ୍ଧୀ ଶିକ୍ଷା ଶ୍ରମ କଇଥା ଚମ୍ପାପୂର ରେ ମାଟ୍ରିକ ପାସ ପରେ ସାଲେପୁର କଲେଜରେ ଆଇ ଏ ଓ ବିଏ ପାସ କରିଥିଲେ।ହାଇସ୍କୁଲ ରେ ବିଭିନ୍ନ ଖେଳ ଭଲି ବଲ,ଫୁଟ ବଲ,ଖେଳରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ମଧ୍ୟ କବାଡି ଖେଳରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରି କୃତିତ୍ଵ ହାସଲ ସହ ଉତ୍କଳ ୟୁନଭରସିଟିରେ ୧୯୭୯ ମସିହାରେ କବାଡିରେ କଲେଜ ଚାମ୍ପିଅନ ହୋଇଥିଲା।ଗତ ୧୯୭୭ମସିହାରୁ ୧୯୯୦ ପର୍ଯ୍ୟନ୍ତ କବାଡିରେ ଗୋପୀନାଥ ପୁର ଜନ କଲ୍ୟାଣ କ୍ଲବର ଦଳପତି ଭାବେ ଭରତ ବାବୁ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ।ଦଳପତି ଭାବେ ଥାଇ କ୍ରୀଡାବିତ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ।କ୍ରୀଡାବିତ ମାନଙ୍କ ମଧ୍ୟରୁ ସରୋଜ ମଲ୍ଲିକ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିଲେ।ବର୍ତ୍ତମାନ ଶ୍ରୀ ମଲ୍ଲିକ ଓଡିଶା ପୋଲିସ ଵିଭାଗ ରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଲଗାତାର ୩ ଥର କଟକ ଜିଲ୍ଲା ପାଇଁ ଶ୍ରୀ ବେହେରା ପ୍ରତିନିଧିତ୍ଵ କରିଥିଲେ।ଗତ ୧୯୯୭ /୯୮ ମସିହାରେ ହାଇଦ୍ରାବାଦ ଠାରେ ଅନୁଷ୍ଟିତ ସର୍ବ ଭାରତୀୟ କବାଡି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।୧୯୮୧/୮୨ ମସିହାରେ ଭାରତ ସରକାରଙ୍କ ଶିକ୍ଷା ଓ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଭରତ କୁମାର ବେହେରା ଙ୍କୁ ପ୍ରମାଣ ପତ୍ର ଯୋଗାଇ ଦିଆଯାଇଥିଲା।ଗତ ୧୯୮୦/୮୧ ଓ ୨୦୦୧ ମସିହାରେ ଵଙ୍ଗଳା ସାହିତ୍ୟରେ ଢିପ୍ଲୋମା ହାସଲ କରିଥିଲେ।୨୦୦୭ ମସିହାରେ ରାଜ୍ୟ କଳା ଓ ଗବେଷଣା କେନ୍ଦ୍ର ପକ୍ଷରୁ ସମ୍ମାନିତ ହୋଇଥିଲେ।ଗତ ୨୦୦୬ ମସିହାରେ ଏକ ଦିବସୀୟ ଫୁଟ ବଲ ଟର୍ଣ୍ଣାମେଣ୍ଟ ଓ ଆଞ୍ଚଳିକ ନୃତ୍ୟ ପ୍ରତିଯୋଗିତାରେ ସଭାପତିତ୍ବ କରିଥିଲେ।୨୦୦୮ ମସିହାରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରି ୧୯୮୦ ମସିହାରେ ଟାଙ୍ଗୀ ବ୍ଲକ ମଗୁରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ରତ ଥିଲେ।କାନପୁର କ୍ଲଷ୍ଟରରେ ସିଆରସିସି ଭାବେ ନିଯୁକ୍ତି,ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି,୩ୟ ବର୍ଗ କୁ କଟକ ଡଗର ପଡା ଚାନ୍ଦିନୀ ଚୌକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥାଇ ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ।ଅଞ୍ଚଳର ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶୋଲର “ସେବକ” ଜରାଶ୍ରମ ରେ ସକ୍ରିୟ ଅଂଶ ଗ୍ରହଣ ,ଛତିଆ ସମାଜ୍ ସେବୀ ସଙ୍ଗଠନ ରେ ଵରିଷ୍ଠ କର୍ମ କର୍ତ୍ତା ଭାବେ କାର୍ଯ୍ୟରତ ଥାଇ ତତ୍ ସହିତ ଗୋପୀନାଥ ପୁର ସତ୍ୟନାରାୟଣ ପାଲା କମିଟି ର ସଭାପତି ଭାବେ କାର୍ଯ୍ୟ ରତ ଅଛନ୍ତି।ବୃତ୍ତିରେ ଶ୍ରୀ ବେହେରା ଚକିରିକୁ ପେଶା ଭାବେ ଗ୍ରହଣ କରିଥିବା ବେଳେ ସମାଜ ସେବାକୁ ନିଜର ନିଶା ଭାବେ ଆଦରି ନେଇଛନ୍ତି।ସମ୍ପ୍ରତି ସମାଜରେ ଘଟୁଥିବା ପ୍ରତିକ୍ରିୟା ର ପ୍ରତି ଫଳନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଯୁବ ସମାଜକୁ ବିନମ୍ର ନିବେଦନ କରୁଛନ୍ତି। ସେବlହିଁ ଧର୍ମ। ମାନବ ସେବlହିଁ ପ୍ରକୃତ ବିଭୁ ପ୍ରେମ ବୋଲି ଶ୍ରୀ ବେହେରା ପ୍ରକାଶ କରନ୍ତି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



