ବର୍ଷା ବିଗାଡିଲା ଗଣେଷ ପୂଜା, ତଥାପି ମାହୋଲ ସରଗରମ !


ତିର୍ତ୍ତୋଲ :–“ଖର୍ବଂ ସ୍ଥୁଳତନୁ ଗଜେନ୍ଦ୍ର ବଦନଂ ଲମ୍ବୋଦର ସୁନ୍ଦରମ୍ , ପ୍ରସ୍ୟନ୍ଦନ ମଦଗନ୍ଧଲୁବ୍ଧ ମଧୁପ ବ୍ୟାଲୋଳ-ଗଣ୍ଡସ୍ଥଳମ୍ , ଦାନ୍ତଘାତଂ ବିଦାରିତା ଚିରୁଧିରୈ ସିନ୍ଦୁରଂ ଶୋଭାକରଂ, ବନ୍ଦେ ଶୈଳ-ସୁତାସୂତଂ ଗଣପତି, ସିଦ୍ଦିପ୍ରଦ କାମଦମ୍ ” ଗଣପତି ବାପା ମୋରିଆ, ସିଦ୍ଦି ବିନାୟକ ମୋରିଆ ! ବରଷକେ ଥରେ ଭାଦ୍ରବ ମାସ ଚତୁର୍ଥୀ ତିଥିରେ ବିଘ୍ନରାଜ ଗଣେଷ ଙ୍କର ପୂଜାଉତ୍ସବ ପଡିଥାଏ !ଏହି ପୂଜା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ନୁହେଁ ସାରା ଭାରତରେ ଆଜି ଛାଲିଛି ଗଣାଧିପତି ଗଜାନନାଙ୍କର ପୂଜାଉତ୍ସବ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ନାଉଗାଁ, ଏରସମା, ବାଲିକୁଦା, ବିରିଡି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ୱୀପ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ, କ୍ଲବ, ସଂଗଠନ, ପାଠାଗାର ବିଶେଷକରି ଗୁଡ଼ିଆ ସାମ୍ପ୍ରଦାୟର ପ୍ରତିଟି ଘରେ ଘରେ ଗୃହଦେବତା ଭାବେ ଶ୍ରୀଶ୍ରୀ ବିଘ୍ନରାଜ ଗଣେଷ ଙ୍କର ପୂଜାଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ! ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ପୂଜା ମାହୋଲକୁ ବିଗାଡି ଦେଇଥିବା ଜଣାପଡିଛି ! ତଥାପି ଏବର୍ଷର ପୂଜା ବିଗତ ବର୍ଷ ମାନଙ୍କ ଠାରୁ ନିଶ୍ଚିତଭାବେ ସରଗରମ ରୂପେ ପାଳନ ହୋଇଥିବାର ଜଣା ପଡିଛି ! ଝଙ୍କଡର ଆଦିଗଣେଷ, ବ୍ରହ୍ମପୁର ର ଗଣେଷ ମନ୍ଦିର, କିଲିପାଳର ତରେଇ ସାହି ଓ ମହାନ୍ତିସାହି ଗଣେଷ, ଓଳଗଦା, ହଂସୁରା, ଖୋସାଲପୁର, ତାର୍ତ୍ତୋଲ, ସରଣୀ, ନାଉସିରା, ବିଲ୍ଵଶାରଳା, କନକପୁର, ସଅଁରା, ତାରପୁର ମଣିଜଙ୍ଗା, ଜଗନ୍ନାଥପୁର, ଆଦି ସ୍ଥାନରେ ବହୁ ଆନନ୍ଦ ଉଲ୍ଲାସ ସହିତ ପୂଜାଉତ୍ସବ କରୁଥିବାର ଜଣାଯାଇଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



