ନୂଆଁଖାଇ ଆମର ବଡ଼ତିହାର


ନୂଆଁଖାଇ ଆମର ବଡ଼ତିହାର
……………………………….
ନୂଆଁଖାଇ ଆମ ବଡତିହାର
ପଶ୍ଚିମ ଓଡିଶାର ଗଣ ପରବ
ଗଣପର୍ବ ର ମାନ୍ୟତା ପାଇଛି
ଓଡ଼ିଶା ବାସୀଙ୍କୁ ବାନ୍ଧିରଖିଛି ll
ନୂଆଁଖାଇ ଆମର ବଡ଼ତିହାର…….
ଭାଦ୍ରବ ମାସର ଶୁକ୍ଲପକ୍ଷରେ
ପାଳନ କଲୁ ପଞ୍ଚମୀ ତିଥିରେ
ନୂଆଁ ଧାନ ସାଙ୍ଗେ କୁରାହୀ ପତର
ପିଠା ପଣା ହୁଏ କେତେ ପ୍ରକାର ll
ନୂଆଁଖାଇ ଆମର ବଡ଼ତିହାର……..
ପରିବାର ର ସମସ୍ତେ ଏକାଠି ହେବା
ଇଷ୍ଟ ଦେବାଦେବୀଙ୍କୁ ନୂଆଁ ଲଗାଇବା
ନୂଆଲୁଗା ପଟା ଆମେ ପିନ୍ଧିବା
ମିଳିମିଶି ଆମେ ନୂଆଁ ଖାଇବା ll
ନୂଆଁଖାଇ ଆମର ବଡ଼ତିହାର……..
ଅଜାଆଈ,ପିତାମାତାଙ୍କୁ ପ୍ରଣାମ କରିବା
ତାଙ୍କ ଠାରୁ ଆମେ ଆଶୀର୍ବାଦ ନେବା
ସାହି ପଡିସା ଯାଇ ବୁଲିଆସିବା
ଗୁରୁଜନଙ୍କୁ ଆମେ ଜୁହାର ହେବା ll
ନୂଆଁଖାଇ ଆମର ବଡ଼ତିହାର……..
ନୂଆଁଖାଇ ଭେଟଘାଟ ଏଠି ହେଉଛି
ଗୀତନାଚରେ ଦାଣ୍ଡ ଦୁଲୁକୁଛି
ଗାଁ ଲୋକମାନେ ଏକାଠି ହୁଅନ୍ତି
ଖୁସି ଆନନ୍ଦରେ ଉପଭୋଗ କରନ୍ତି ll
ନୂଆଁଖାଇ ଆମର ବଡ଼ତିହାର……..
ମାଁ ସମଲେଇକୁ କରୁଛି ଅଳି
ନୂଆଖାଇକୁ ନ ଯିବା ଭୁଲି
ଭାଇଚାରାର ପର୍ବ ଏହି
ରାଗ ରୁଷାକୁ ଯିବାରେ ଭୁଲି ll
ନୂଆଖାଇ ଆମ ବଡତିହାର
ପଶ୍ଚିମ ଓଡିଶାର ଗଣ ପରବ l
ହୃଦାନନ୍ଦ ମେହେର, ସାମ୍ବାଦିକ
ଲକ୍ଷ୍ମୀପ୍ରସାଦ, ବୌଦ୍ଧ





