ଶତାୟୁ,ବି.ବି.ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ,ବର୍ଣ୍ଣାଢ଼୍ୟ, ପବିତ୍ର ଗଣେଶ ପୂଜା -୨୦୨୩ ମହାସମାରୋହରେ ପାଳିତ


ଢେଙ୍କାନାଳ : ତା.୧୯.୦୯.୨୦୨୩ ରିଖ : ( ) ଶତାୟୁ,ବି.ବି.ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ, ବର୍ଣ୍ଣାଢ଼୍ୟ, ପବିତ୍ର ଗଣେଶ ପୂଜା ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁସାରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ପୂଜକ ଭାବରେ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀଙ୍କ ପରିଚାଳନାରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ସହଯୋଗରେ ମହାବିଘ୍ନ ବିନାଶନ ଗଜାନନଙ୍କୁ ଯଥାବିଧି ହୋମଯଜ୍ଞ,ସୁଗନ୍ଧ ପୁଷ୍ପ,ଧୂପ,ଦୀପ,ଆଳତୀ,ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ଏବଂ ଗଣେଶଙ୍କ ଶ୍ଲୋକାବୃତି ସହିତ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଛାତ୍ରୀ ଛାତ୍ର ମାନେ ଅନେକ ପ୍ରକାର ସୁଗନ୍ଧିତ ପୁଷ୍ପ ଓ ପୁଷ୍ପ ହାର,ନଡ଼ିଆ,କଦଳୀ,ରାଶିଲଡୁ,ଉଖୁଡା ଆଦି ଗଣେଶ ମହାପ୍ରଭୁଙ୍କ ପ୍ରିୟ ନୈବେଦ୍ୟ ସବୁ ଆଣି ସଭକ୍ତିରେ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ଓ ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମାର୍ଗଦର୍ଶନ ଓ ନେତୃତ୍ବରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ, ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣମୟୀ ଶତପଥୀ ,ଧ୍ୟାନଚାନ୍ଦ ମିଶ୍ର ଓ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ,ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସଭାପତି, ଉପସଭାପତି ଓ ସମସ୍ତ ସଭ୍ୟା, ସଭ୍ୟମାନଙ୍କ ମିଳିତ ସହଯୋଗରେ ଏହି ବିଦ୍ୟାଦାତା, ସିଦ୍ଧିଦାତା,ଲମ୍ବୋଦର,ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର, ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା, ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକଙ୍କ ସମେତ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ସଚ୍ଚିଦାନନ୍ଦ ତ୍ରିପାଠୀ, ସୁରେଶ କୁମାର ପଣ୍ଡା,ସୁଭାଷ କୁମାର ନନ୍ଦ, ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଆକ୍ଷୟ କୁମାର ପଣ୍ଡା, ଶିକ୍ଷାବିତ୍ ଡ଼ଃ ନିର୍ମଳ ସୁନ୍ଦର ମିଶ୍ରଙ୍କ, ଆନ୍ତଃ ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡ଼ା ଘୋଷକ ଅମୀୟ କୁମାର ଚାନ୍ଦଙ୍କ ସମେତ ବହୁ ପୂରାତନ ଛାତ୍ରୀ ଛାତ୍ର ,ବର୍ତ୍ତମାନର ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ,ସେମାନଙ୍କର ପିତା ମାତା, ଅଭିଭାବକା, ଅଭିଭାବକ ମଧ୍ୟ ଯୋଗଦାନ କରି ନିଜର ଅତୀତର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଗଣେଶ ପୂଜାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ, କିରଣମୟୀ ମହାଳିକ, କଲ୍ୟାଣୀ ବଡ଼ଜେନା,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସ୍ମିତିସୁଧା ଜେନା, ଅନିତା ସାହୁ, ସ୍ମିତା ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ବିଶ୍ବାଳ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଥିଲେ। ପରିଶେଷରେ ସମସ୍ତେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପ୍ରସାଦ ସେବନ କରିଥିଲେ।
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ




