ବଉଦିଆପଡାରେ ଶିଶୁସାଗର କାର୍ଯ୍ୟକ୍ରମ।


ବୌଦ୍ଧ-୧୯-୯ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ବଉଦିଆପଡା ଫ୍ରେଣ୍ଡସିପ ଅନଲିମିଟେଡ଼ କ୍ଲବ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଶିଶୁ ସାଗର-୮ କାର୍ଯ୍ୟକ୍ରମ ସଭାପତି ରମେଶ ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ୱାସିଡ଼ିଏର ମୁଖ୍ୟ ରାଜେନ୍ଦ୍ର ମେହେର, ମୁଖ୍ୟବକ୍ତା ଭାବେ ସଦାନନ୍ଦ ମିଶ୍ର,ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ଭବିଷ୍ୟତ କିପରି ଉଜ୍ଜ୍ୱଳ ହୋଇ ପାରିବ ସେନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଦସ୍ୟ ଉମାକାନ୍ତ ମେହେର ସଭା ପରିଚାଳନା କରିଥିବା ବେଳେ, ସଦସ୍ୟ ସୁମନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେବା ସହ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ ସମାଜର ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ୧୦ଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଫ୍ରେଣ୍ଡସିପ ଅନଲିମିଟେଡ୍ ଗ୍ରୁପ୍ ଓ ଭୁବନେଶ୍ଵର ମନ୍ଦିର ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




