Orisha

ହାଜି ସେକ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟରେ ଗଣେଷପୂଜାର ଝଲକ

ତିର୍ତ୍ତୋଲ :- ଗତ ଦିନ ମାନଙ୍କରେ କୋଭିଡ-19 ର ପ୍ରଭାବରେ ବିଦ୍ୟାଳୟ ପରିସରରେ ସିଦ୍ଦିଦାତା ଗଣେଷ ଙ୍କର ପୂଜା ଠିକ ଭାବେ ହୋଇପାରିନଥିଲା ! ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏବର୍ଷ ସର୍ବତ୍ର ଧୂମଧାମ ରେ ପୂଜା କରିଥିବାର ଦେଖିବାକୁ ମିଳିଛି ! ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ବ୍ଲକ ଅଧୀନ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଅବସ୍ଥିତ ହାଜି ସେକ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟ ରେ ଅତି ଆନନ୍ଦ ଉଲ୍ଲାସ ର ସହିତ ଗଜାନନ ଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି ! ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସେଠୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପୂଜାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ କର୍ମଚାରୀ,ଛାତ୍ରଛାତ୍ରୀ,ଆଲୁମିନୀ କମିଟି ସଦସ୍ୟ ମାନେ ସମ୍ମିଳିତ ଭାବେ ପୂଜାର ଗୁରୁ ଦାୟିତ୍ୱ ବହନ କରିଥିବାର ଦେଖାଯାଇଥିଲା ! ସ୍ନେହ, ଶ୍ରଦ୍ଧା, ଭକ୍ତି,ପ୍ରେମ, ଆନନ୍ଦ ସହିତ ସମସ୍ତ ସକାରାତ୍ମକ ଭାବନାକୁ ହୃଦୟ ମଧ୍ୟରେ ଜାଗରଣ କରାଇ ପାରିଲେ ଏପରି ଏକ ପୂଜାର ସଫଳ ରୂପାୟନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ! ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button