Orisha

ଜିଲ୍ଲାପାଳ ଓ ଏସ୍ ପିଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲା ପରେ ମିଳିଳା ଭତ୍ତା ଟଙ୍କା

ବିନିକା, ୧୯/୯ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇଁନ୍ତରା ପଞ୍ଚାୟତ ଅନ୍ତର୍ଗତ ଘଣ୍ଟୋପାଲି ଗ୍ରାମର ଭଗବାନ ଗିରିଙ୍କ ସ୍ତ୍ରୀ ଶୁବାସିନି ଗିରି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ହାତକୁ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି। ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଭଗବାନଙ୍କ ସ୍ତ୍ରୀ, ପୁଅ, ବୋହୂ ଓ ଛୋଟ ଶିଶୁ ନାତୁଣୀ ମିଶି ଜିଲ୍ଲାପାଳଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ। ଜିଲ୍ଲାପାଳ ତୁରନ୍ତ ଉକ୍ତ ଅଭିଯୋଗ ଶୁଣାଣିରେ ହିଁ ଶୁବାସିନି ଗିରିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର କରି ଟ. ୫୦୦ ପ୍ରଦାନ କରିଥିଲେ। ଏନେଇ ଶୁବାସିନି ଓ ତାଙ୍କ ସ୍ଵାମୀ ଭଗବାନ ଗିରି ସରକାରଙ୍କ ଯୋଜନା ପାଇଁ ଓ୍ଵାର୍ଡ ମେମ୍ଵର, ନାଏବ ସରପଞ୍ଚ ତଥା ପଞ୍ଚାୟତରେ ବାରମ୍ବାର ଯାଇ ଜଣେଇଆସୁଥିଲେ ମଧ୍ୟ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ଥିଲେ। ଖବର ପାଇ ସମର୍ଥ ନ୍ୟୁଜ୍, ବିନିକା ପ୍ରତିନିଧି ପରକ୍ଷିତ ବାଘ ଭଗବାନଙ୍କ ଘରକୁ ଯାଇ “ମୌଳିକ ସୁବିଧାରୁ ବଞ୍ଚିତ ୫ ପ୍ରାଣୀ, କାହା ପାଇଁ ସରକାରଙ୍କ ସବୁ ଯୋଜନା” ଶିର୍ଷକ ସମର୍ଥ ନ୍ୟୁଜରେ ଗତ ସେପ୍ଟେମ୍ବର ମାସ ୬ ତାରିଖରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇଲା ପରେ ମଧ୍ୟ ପ୍ରସାଶନ ତରଫରୁ କିଛି ତତ୍ପରତା ପ୍ରକାଶ ଦେଖାଯାଇନଥିଲା। ଫଳରେ ବାଧ୍ୟ ହୋଇ ସମର୍ଥ ନ୍ୟୁଜ୍ ପ୍ରତିନିଧି ପରକ୍ଷିତ ବାଘଙ୍କ ପରାମର୍ଶ କ୍ରମେ ବିନିକା ବ୍ଲକ ହେଡକ୍ଵର୍ଟରରେ ହେଉଥିବା ଅଭିଯୋଗ ଶୁଣାଣିରେ ଦଯାଇ ଅଭିଯୋଗ ପତ୍ର ନେଇ ଅଭିଯୋଗ କରିଥିଲେ । ଫଳରେ ଜିଲ୍ଲାପାଳ ତାଙ୍କ ଅଭିଯୋଗକୁ ଶୁଣି ତୁରନ୍ତ ଶୁବାସିନିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରାଦାନ କରିଥିଲେ। ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଉପ ଜିଲ୍ଲାପାଳ ଇପ୍ସିତା ମିଶ୍ର ଉପସ୍ଥିତ ଥିଲେ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button