Orisha

ବୌଦ୍ଧ ବ୍ଲକ ଅଞ୍ଚଳରେ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ।

ବୌଦ୍ଧ-୧୯-୯ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକର ବହିରା ଗ୍ରାମପଞ୍ଚାୟତ ପୁରୁଣା ବହିରା ଗ୍ରାମରେ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଏହି ପୁଜା କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ( ବବି) ମହୋଦୟ ଉପସ୍ଥିତ ରହି ଶ୍ରୀଗଣେଷଙ୍କ ଦର୍ଶନ କରିବା ସହିତ ଗ୍ରାମବାସୀଙ୍କ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ବାଘ, ଆଶିଷ ବାରିକ, ପ୍ରଶାନ୍ତ ପଣ୍ଡା, ଅଜିତ ମହାଲିକ, ରାଜେଶ ଗାଈଗୌରିଆ, ମଧୁ ଝାଙ୍କର, ସଞ୍ଜିତ ପାତ୍ର, ପ୍ରମୋଦ  ବାରିକଙ୍କ ସହିତ ଅନ୍ୟାନ୍ୟ ଗ୍ରାମବାସୀ ଏଅବସରରେ ଉପସ୍ଥିତ ଥିଲେ l

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button