Orisha

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ 

କନ୍ଧମାଳ:(ସମର୍ଥ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଟାଉନର ଫ୍ରେଣ୍ଡସ ଗ୍ରୁପ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ନିକେତନ ଓ ବଡ଼ଗାଁ ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇ ପାରିଥିଲା l ଭକ୍ତ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା l ଟାଉନର ସବୁଠାରୁ ନିଆରା ଗ୍ରୁପ ଭାବେ ପରିଚିତ ପାଟଖଣ୍ଡା ମନ୍ଦିର ନିକଟରେ ହେଉଥିବା ଫ୍ରେଣ୍ଡସ ଗ୍ରୁପର ସପ୍ତମ ବାର୍ଷିକ ଗଣେଷ ପୂଜା ଯଥାରିତି ନୀତି ଭାବେ ହୋଇଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତୀ କାର୍ଯ୍ୟକ୍ରମ ସହ ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା ସବୁଠାରୁ ଆକର୍ଷଣୀୟ ହୋଇପାରିଥିଲା l ଏଥିରେ ଶହ ଶହ ଭକ୍ତ ଙ୍କ ସମାଗମ ହୋଇଥିଲା l ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ଗ୍ରୁପର ସଦସ୍ୟ ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସି.ଏଚ. ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ସତ୍ୟ ନାରାୟଣ ଆଚାରୀ, ନାରାୟଣ ପାତ୍ର, ବାଲ କିଶୋର ପାତ୍ର, ନାରାୟଣ ନାୟକ, କାହ୍ନ।ପାତ୍ର, ମନୋଜ ପଣ୍ଡା ଅନିଲ ପାଣିଗ୍ରାହୀ, ଭିକି ଦାସ, ଚନ୍ଦନମହାପାତ୍ର, ଲିକୁ ପଣ୍ଡା, ପ୍ରତାପ ପାତ୍ର, ମିଟୁ ଦୋରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବା ସହ ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button