Orisha

ନବୀନ ସରକାର ହେଉଛନ୍ତି ଗରିବ ଖଟିଖିଆ ଜନତାଙ୍କ ସରକାର – ମନ୍ତ୍ରୀ ଅଶୋକ ପଣ୍ଡା ।

 

– ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ଓ ଗୋପାଳ ପୁର ପଞ୍ଚାୟତରେ ରାଜ୍ଯ ସରକାର ଙ୍କ ବିଜ୍ଞାନ ,ନିଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ତଥା ସଶକ୍ତି କରଣ ବିଭାଗମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଜନ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ମୂଳକ ବାର୍ତ୍ତା କୁ ବଖାଣିବା ସହିତ ରାଜ୍ୟର ଗରିବ ଲୋକଙ୍କୁ ମଧୁ ବାବୁ ପେନସନ ଯୋଜନାରେ ସରକାର 4ଲକ୍ଷ୍ୟ 84 ହଜାରରୁ ଉର୍ଦ୍ଧ୍ବ ବୟସ୍କ ହିତାଧି କା ରୀ ମାନଙ୍କୁ ନବୀନ ସରକାର ଭତ୍ତା ଯୋଗାଇ ଦେଇ ଛନ୍ତି ବୋଲି କହି ଥିଲେ। ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ବିକାଶ ନୀତି କୁ ବିରୋଧୀ ମାନେ ସହି ପାରୁ ନାହାଁନ୍ତି ବୋଲି କହି ବିରୋଧୀ ଙ୍କୁ କଟାକ୍ଷ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମୋ ପାଇଁ ମୋ ବଡ଼ଚଣା ବଡ଼ ବୋଲି କହିଥିଲେ। ମାନ୍ୟବର ବିଧାୟକ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଙ୍କ କରକମଳରେ ହିତାଧିକାରୀ ମାନଙ୍କୁ ଚାରି ନଙ୍ଗଳ ଓ ଗୋପାଳ ପୁର ପଞ୍ଚାୟତର ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ଏସ କେ ମୋଇନ୍ନ ସଭାପତିତ୍ବ କରିଥିବା ବେଳେ, ଚାରିନଙ୍ଗଳ ସରପଞ୍ଚ ନୂରଜାହାନ ବେଗମ୍ ପଞ୍ଚାୟତ ର ଉନ୍ନତି ଲାଗି ମାନ୍ୟବର ବିଧାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କୁ କୃତଜ୍ଞତା ଜଣାଇ ଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button