ମନମୁଖୀ ଭାବେ ଚାଲିଛି ଆର୍.ଡବ୍ଲୁ.ଏସ.ଏସ. ର ପାନୀୟ ଜଳ ଯୋଗାଣ କାର୍ଯ୍ୟ !


ତିର୍ତ୍ତୋଲ :- ଆଗକୁ 2024 ନିର୍ବାଚନ! ଏବେ ଗାଆଁ ଗାଆଁ ରେ ଚାଲିଛି କାମ !ଅତି ତରବରିଆ ଭାବେ ଚାଲୁଥିବା କାମକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ ହେଲା ପରି ଦାବୀ କରିଛନ୍ତି ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନରେ ଆର୍ ଡବ୍ଲୁ ଏସ ଏସ ତରଫରୁ ବିଭିନ୍ନ ଗାଆଁ ଗହଳି ଓ ଜନବସତି ରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ , ରାସ୍ତା କଡ଼ରେ ପାଣିପାଇପ ବିଛାଇବା କାର୍ଯ୍ୟ ଜୋର୍ ସୋର ଚାଲିଥିବା ବେଳେ,ଏତେ ସରୁ ପାଣିପାଇପ ବିଛାଇବା ପାଇଁ , ସମ୍ପୃକ୍ତ ଠିକାଦାରୀ ସଂସ୍ଥା ର ଅନଭିଜ୍ଞ କର୍ମଚାରୀ ମାନେ , ଆବଶ୍ୟକତା ଠାରୁ ଅଧିକ କଂକ୍ରିଟ ଓ ପିଚୁ ରାସ୍ତା କୁ , ବଡ ବଡ ମେସିନ୍ ରେ ଖୋଳି ପାଇପ ପକାଇବା ପରେ ବଡ ବଡ ଖାଲ ଖମା କୁ ପୋତୁ ନାହାନ୍ତି । ଯାହାଫଳରେ ଯାତାୟତ ସମୟରେ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି , ଲଗାଣ ବର୍ଷା ଯୋଗୁଁ , ଏହି ଖାଲ ଖାମା ରେ ଯାନବାହାନ ଚଳାଚଳ ବେଳେ ତଳକୁ ଗଳିପଡୁଛି ଓ ଗାଡିଚାଳକ ମାନେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ଏଇଠି ପ୍ରଶ୍ନଉଠୁଛି ଯଦି ଗାତଖୋଳି , ପାଇପ ବିଛଇବା ପରେ ଖାଲଖମା ଗୁଡ଼ିକ ଠିକାଦାରୀ ସଂସ୍ଥା କର୍ମଚାରୀ ମାନେ, ଠିକ୍ ଭାବରେ ସମତୁଲ କରି ପୋତି ଦିଅନ୍ତେ ତେବେ ଲୋକ ମାନଙ୍କୁ ଏମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ । ଏହି ମନମୁଖୀ କାର୍ଯ୍ୟର ସମସ୍ୟା କୁ ନେଇ କନକପୁର , ଗୋବିନ୍ଦପୂର୍ , ବିରୀତୋଳ , କଷ୍ଟିମଲ୍ଲିକା ପୁର , ଗରାମ , କଟରା ଓ ପଟିଲୋ ଆଦି ପଞ୍ଚାୟତର ଅଧିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଏହି ସମସ୍ୟାର ଆଶୁ ସମାଧାନ କରାନଯାଏ ତେବେ ସାଧାରଣ ଲୋକମାନେ,ରାଜରାସ୍ତାକୁ ଓହ୍ଲାଇବେ ଓ ଦରକାର ପଡିଲେ , ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ମୂଳିଶିଂ ସରପଞ୍ଚ ସଫି ଆଜାମ , ଗରାମ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି,କନକପୁର ସରପଞ୍ଚ ରେବତୀ ମହାନ୍ତି , ସମାଜସେବୀ ଅଶୋକ କୁମାର ମହାନ୍ତି , ବ୍ରଜକିଶୋର ମଲ୍ଲିକ , ଭାସ୍କର ଚନ୍ଦ୍ର ନାୟକ , ପ୍ରକାଶ ଚନ୍ଦ୍ର ସିଂହ , ଅଜୟ କୁମାର ରାଉଳ , ସତ୍ୟଭୂଷଣ ଦାସ , ତ୍ରିଲୋଚନ ରାଉଳ , ଅଜୟ ଖୁଣ୍ଟିଆ , ସର୍ବେଶ୍ଵର ଭଟ୍ଟ , ଲକ୍ଷ୍ମୀଧର ସ୍ବାଇଁ , ଅରୁଣ କୁମାର ଜେନା , ଧୁନାଚନ୍ଦ୍ର ସେନାପତି ଓ ରାଜ କିଶୋର ବାରିକ ଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଚେତାବନୀ ଦେଇଅଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




