Orisha

୨୧ ଦିନରେ ପହଞ୍ଚିଲା ଗଣ ଆନ୍ଦୋଳନ, ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ନାରାବାଜି

 

ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଚାଲିଥିବା ଗଣ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ।ଭବାନୀପାଟଣା:୨୧ ଦିନରେ ପହଞ୍ଚିଛି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଚାଲିଥିବା ଗଣ ଆନ୍ଦୋଳନ । ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଚାଲିଥିବା ଆନ୍ଦୋଳନରେ ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହାସହ ସ୍ଥାନୀୟ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏହି ଦାବିକୁ ଯଥାର୍ଥତା ଜଣାଇ ସରକାର ଏହି ଦାବିକୁ ତୁରନ୍ତ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।ସେପଟେ ଅଞ୍ଚଳରେ ଥିବା ବିଭିନ୍ନ ସାମାଜିକ ସଙ୍ଗଠନ, କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହସହ ସମସ୍ତ ନିର୍ବାଚିତ ପ୍ରତିନଧିମାନେ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ଆଜକୁ ୨୧ ଦିନ ହେଲା ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ହୋଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଏହି ଗଣଧାରଣା ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଲିଥିବାବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ।୧୯୯୨ ମସିହାରୁ ଧର୍ମଗଡ଼କୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଁ ଦାବି ହୋଇଆସୁଛି। ଦୀର୍ଘ ଦିନ ଧରି ଏନେଇ ଆନ୍ଦୋଳନ ହେଉଥିବାବେଳେ ରାଜ୍ୟ ସରକାର ଏହାକୁ ବିଚାରକୁ ବି ନେଇଛନ୍ତି । ବହୁ ବର୍ଷ ତଳେ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡଠାରେ ଏକ ନିର୍ବାଚନୀ ସଭାରେ ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିବାବେଳେ ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ପୂରଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ଧର୍ମଗଡ ଅଞ୍ଚଳବାସୀ । ହେଲେ ବାରମ୍ବାର ଆନ୍ଦୋଳନ ହେଉଥିବାବେଳେ ଧର୍ମଗଡବାସୀଙ୍କ ଏହି ଆନ୍ଦୋଳନକୁ ସରକାର କର୍ଣ୍ଣପାତ କରୁଥିବା ଅଭିଯୋଗ ହୋଇଛି। ତେବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ କହିଛନ୍ତି, ମୁଁ ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ଧର୍ମଗଡ଼ ଏକ ଜିଲ୍ଲା ଭାବେ ମାନ୍ୟତା ପାଇବ ବୋଲି ମୋର ବିଶ୍ବାସ ରହିଛି।ଗତ ମେ ମାସରେ ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ଗସ୍ତରେ ଆସିଥିବାବେଳେ ଧର୍ମଗଡ ଅଞ୍ଚଳବାସୀ ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ ଗତ 2 ମାସ ତଳେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ। ସେହି ସମୟର ମଧ୍ୟ ଏହି ସମାନ ଦାବି ଧର୍ମଗଡବାସୀ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା। ହେଲେ ଏହି ଦାବିକୁ ନେଇ ରାଜ୍ୟ ସରକାର ଅଣଦେଖା କରିବା ଅଭିଯୋଗରେ ପୁଣି ଥରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜକୁ ୨୧ ଦିନ ହେଲା ଧାରଣାରେ ବସିଛନ୍ତି ଅଞ୍ଚଳବାସୀ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button