Orisha

ବାଉଁଶୁଣି ଶିଶୁମନ୍ଦିରରେ ଗୀତା ଆବୃତ୍ତି ପ୍ରତିଯୋଗିତା।

ବୌଦ୍ଧ -୧୭-୯-୨୩ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଜ୍ଞାନ ମିଶନ ପକ୍ଷରୁ ରବିବାର ବୌଦ୍ଧ ବ୍ଲକ ସ୍ତରୀୟ ଗୀତା, ସୁଗିତା, କର୍ତ୍ତବ୍ୟା  ଶୀର୍ଷକ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନ କର୍ମକର୍ତ୍ତା ଶିବଦତ୍ତ ପଟ୍ଟନାୟକ, ସୌମିତ୍ରୀ ପଲିଆ, ପ୍ରାଣବନ୍ଧୁ ମହାପାତ୍ର, ଶ୍ରୀବନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ମା ମାହେଶ୍ୱରୀ ଜୁନିୟର କଲେଜ ସହିତ ୧୦ଟି ବିଦ୍ୟାଳୟରୁ ୩ଟି ବର୍ଗରେ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରୁ ପ୍ରତ୍ୟେକ ବର୍ଗରୁ ୩ଜଣ ଲେଖାଏଁ କୃତି ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ଉର୍ତ୍ତୀଣ୍ଣ ହୋଇଥିଲେ। କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। କରୁଣାକର ଘଟୁଆଳ, ଲବକୁମାର ଶତପଥି, ଖଗେଶ୍ବର ମେହେର, ଗୋବିନ୍ଦ ପ୍ରଧାନ, ରଶ୍ମିତା ବାରିକ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ପରିଷଦର ସଭାପତି ହୃଦୟ ରଞ୍ଜନ ଖମାରୀ, ଉପସଭାପତି ସଦାନନ୍ଦ ମିଶ୍ର, ସମ୍ପାଦକ ସୁନୀଲ ବାରିକ ସଦସ୍ୟା ଜୟନ୍ତୀ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦଧିବାମନ ରଣାଙ୍କ ତତ୍ୱାବଧାନରେ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button