ସ୍ୱାସ୍ଥ୍ୟ ଓ ସୁସ୍ଥକେନ୍ଦ୍ର ର ଶୁଭଉନ୍ମୋଚନ


ତିର୍ତ୍ତୋଲ :- ବର୍ତ୍ତମାନ ସମାଜରେ ପ୍ରାୟ ପ୍ରତ୍ୟେକ ପରିବାରରେ କିଛି ନା କିଛି ଅସୁସ୍ଥତା ଲାଗି ରହୁଥିବା ବେଳେ ସରକାରୀ ହସ୍ପିଟାଲ ସେସବୁ ଆୟତ୍ତ କରିବାରେ ବିଫଳ ହେଉଛନ୍ତି ! ହୁଏତ ତାର କାରଣ ଆବଶ୍ୟକ ଡାକ୍ତର କିମ୍ବା ବିଭାଗୀୟ କର୍ମଚାରୀଙ୍କ ଅଭାବରୁ ହେଇପାରେ ! କିନ୍ତୁ ନିଶ୍ଚିତ ମୃତ୍ୟୁ ମୁଖରେ ପଡିବାକୁ ପ୍ରତି ମୁହୂର୍ତ୍ତରେ ସାମ୍ନା କରୁଛନ୍ତି ଶହଶହ ବ୍ୟକ୍ତି! ଏହି ସବୁ ଅଭାବରୁ ଲୋକଙ୍କୁ ନିଶ୍ଚିତ ସେବା ଯୋଗାଇଦେବାକୁ ସ୍ୱାସ୍ଥ୍ୟ ଓ ସୁସ୍ଥକେନ୍ଦ୍ର ର ପ୍ରାୟସରେ କୃଷ୍ଣାନନ୍ଦପୁର ନଇନପୁର ସାହାରା କମ୍ପ୍ଲେକ୍ସ ଠାରେ ଡେଲଟା ମେଡିକେୟାର ମେଡ଼ିସିନ ସେଣ୍ଟର ର ଉଦ୍ଘାଟନ ହୋଇଯାଇଛି ! ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ କଟକର ସିଫା ହସ୍ପିଟାଲ ଏମଡି. ଡକ୍ଟର ସାମି ସଲିମ୍, (ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଆସିଷ୍ଟାଣ୍ଡ ପ୍ରଫେସର )! ସମ୍ମାନିତ ଅତିଥିଭାବେ ଓଡିଶା ଉର୍ଦ୍ଧ୍ୱ ଏକାଡେମୀର ଜଗତସିଂହପୁର ଏକଜୁଟିଭ ମେମ୍ବର ମିର୍ଜା ମେହେବୁବ ବେଗ ଯୋଗଦେଇଥିବା ବେଳେ, ସ୍ୱତନ୍ତ୍ର ଅତିଥିଭାବେ ଥିଲେ ଫୁଲୱାରୀ ଗ୍ରୁପ ଅଫ କମ୍ପାନୀ ର ଏମଡି. ମିର ମହମ୍ମଦ କଲିମ୍ ! ଅନ୍ୟତ୍ତମ ଅତିଥିମାନଙ୍କ ମଧ୍ୟରେ ୟାକୁବ ଖାନ, ସେକ ଅବଦୁଲ ସତ୍ତାର,, ବାକିର ଅଲ୍ଲୀ, ଅଫଜଲ ଅଲ୍ଲୀ, ଫାର୍ମାସିଷ୍ଟ ଅମୀର ପରୱେଜ, ଡକ୍ଟର ବିଶ୍ୱଜିତ କର, ଡକ୍ଟର ଜଗନ୍ନାଥ ଦାସ, ୟାଶିର ଅରାଫତ, ସେକ ତୟାବ ଅଲ୍ଲୀ, ଫହାଦ ସାବେଲ, ଫତମା ବିବି, ମହମ୍ମଦ ଅଲ୍ଲୀ, ଅବ୍ଦଦୁଲ ଜବାର, ଏମଡବ୍ଲୁଏସ ର ସଦସ୍ୟ ଦିଲଦାର ଅଲ୍ଲୀ ଖାନ, ମିର ମୁଖତାର ଅଲ୍ଲୀ, ତନବିର, ମିର ୱାକର ଅଲ୍ଲୀ, ତାଉକିର ଅଲ୍ଲୀ ପ୍ରମୁଖ ଯୋଗଦେଇ ଉନ୍ମୋଚନ ଉତ୍ସବକୁ ମୁଖରିତ କରିଥିଲେ ! ଗ୍ରାମାଞ୍ଚଳରେ ଥିବା ପୀଡିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରତି ସପ୍ତାହରେ ଅଭିଜ୍ଞ ଡାକ୍ତର ମାନେ ରହି ସୁଲଭ ସେବା ଯୋଗାଇ ଦେବାକୁ ଚିକିତ୍ସାକେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି !
ତିର୍ତ୍ତୋଲ ରୁ ସନାୱାର ଅଲ୍ଲୀ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




