Orisha

ତିର୍ତ୍ତୋଲ ମା’ ଶାରଳା ଟ୍ୟାକ୍ସି ଷ୍ଟାଣ୍ଡ ଆୟୋଜନ କଲେ ବିଶ୍ଵକର୍ମା ପୂଜା -:

 

ତିର୍ତ୍ତୋଲ :- “ଦେବଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧକ, ବିଶ୍ୱକର୍ମନ୍ନମସ୍ତୁଭ୍ୟ ସର୍ବାଭିଷ୍ଠ ପ୍ରଦାୟକ !” ” ବିଶ୍ୱ ସ୍ୱସ୍ୟ କର୍ମନ’ ଇତି ବିଶ୍ୱକର୍ମା ” ସମସ୍ତ ଶିଳ୍ପୀ ଓ ଶିଳ୍ପର ଆରାଧ୍ୟ ଦେବତା ହେଉଛନ୍ତି ବିଶ୍ୱକର୍ମା ! ପୌରାଣିକ ମତରେ ଅଷ୍ଟମ ବସୁଦେବତା ପ୍ରଭାସ ଙ୍କର ଔରସ ରୁ ଯୋଗାସିଦ୍ଧା ଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ ! କେହି କେହି ପୁରାଣବିତ କୁହନ୍ତି ପ୍ରଜାପିତା ବ୍ରହ୍ମାଙ୍କ ନାଭିକମଳରୁ ବିଶ୍ୱକର୍ମାଙ୍କ ଜନ୍ମ ! ଏହା କନ୍ୟା ସଂକ୍ରାନ୍ତି ଦିନ ପଡିଥାଏ ! ତେଣୁ ଆଜିର ଦିନରେ ଭାରତ ତଥା ନେପାଳ ରେ ମଧ୍ୟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ ! ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ଟ୍ୟାକ୍ସି ଷ୍ଟାଣ୍ଡ ର କିଛି ବ୍ୟକ୍ତିଙ୍କ କଥା ଯିଏକି ଆଜିର ଦିନରେ ବିଶ୍ୱକର୍ମାଙ୍କ ପାଇଁ ସଜବାଜ ସହିତ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ପୂଜାର୍ଚନା କରାଇଥିଲେ ! ପୂଜାର ପୁରୋଧା ଜିତେନ୍ଦ୍ର କୁମାର ପଣ୍ଡା ଥିବାବେଳେ, ଉମାକାନ୍ତ ଦାଶ, ରଜତ ନାୟକ, ଶଶୀକାନ୍ତ ସିଂହ, ଅମିତ ନାୟକ, ବିକାଶ ବିଶ୍ୱାଳ, ସାଗର ସାହୁ, ବିଜୟ ପଣ୍ଡା, ବିଶ୍ୱଜିତ ସ୍ୱାଇଁ, ଉମାକାନ୍ତ ଦାସ, ସରୋଜ ସ୍ୱାଇଁ, ପ୍ରଭାତ ସାହୁ, ପବିତ୍ର ସାହାଣୀ, ସୂର୍ଯ୍ୟ ପ୍ରକାଶ ମହାନ୍ତି, ଶୁଶାନ୍ତ ଜେନା, ଅମୀୟ ମହାନ୍ତି, ଲକ୍ଷ୍ମଣ ଭୋଇ, ଶାରଦା ପ୍ରସନ୍ନ ଖୁଣ୍ଟିଆ, ଚିତ୍ତରଞ୍ଜନ ରାଉତ ପ୍ରମୁଖ ପୂଜା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ! ଦିନ ଥିଲା ତିର୍ତ୍ତୋଲ ଅଞ୍ଚଳରେ ବହୁ ଆଡମ୍ବରରେ ବିଶ୍ୱକର୍ମାଙ୍କର ପୂଜା ଚାଲିଥିଲା !ହଜାର ହଜାର ଦର୍ଶକ ଭିଡ ଲଗାଉଥିଲେ ! ଯାନିଯାତ୍ରାରେ ତିର୍ତ୍ତୋଲ ଉଠୁଥିଲା ପଡୁଥିଲା ! କିନ୍ତୁ ଏବେ କେବଳ ଟ୍ୟାକ୍ସି ଷ୍ଟାଣ୍ଡ ବଞ୍ଚେଇ ରଖିଛି ପୂର୍ବ ଏତିହ୍ୟ !

 

ଜଗତସିଂହପୁର ପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button