ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ ପାଳିତ.


ଭୁବନେଶ୍ୱର, ସଂସ୍କୃତକୁ ଲୋକପ୍ରିୟ କରିବା, ସଂସ୍କୃତ ଭାଷାର ପୂର୍ବ ଗୌରବ ଫେରାଇଆଣିବା ପାଇଁ ସଂସ୍କୃତ ଶିକ୍ଷକ ମାନଙ୍କୁ ଦମ ଲଗାଇ ପରିଶ୍ରମ କରିବାକୁ ପଡିବ ଓ ସଂସ୍କୃତ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ରାଜ୍ୟ ସଂସ୍କୃତ ଶିକ୍ଷକ ମହାସଂଘ ପ୍ରକାଶ କରିଛି. ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ରାଜ୍ୟ ସ୍ତରୀୟ ସଂସ୍କୃତ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମଧ୍ୟ ସେମାନଙ୍କ ଭାଷଣରେ ସଂସ୍କୃତର ପୁନଃରୁଦ୍ଧାର ପାଇଁ ଆହ୍ୱାନ ଦେଇଥିଲେ. ରାଜ୍ୟ ସଂସ୍କୃତ ଶିକ୍ଷକ ମହାସଙ୍ଘର ସାଧାରଣ ସମ୍ପାଦକ କୁମାର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମହାସଙ୍ଘର ସଭାପତି ହରେକୃଷ୍ଣ ଶତପଥୀ, ମୁଖ୍ୟ ବକ୍ତା ଭାବେ ଡ଼ ପ୍ରତିଭା ମହାରଥୀ, ମୁଖ୍ୟ ଅତିଥିଭାବେ ଶିକ୍ଷା ବିଭାଗରେ ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ. ପ୍ରତି ବର୍ଷ ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ ଶ୍ରାବଣ ପୁର୍ଣିମାରେ ସଂସ୍କୃତ ଦିବସ ପାଳନ କରିଥାଏ. ଏ ବର୍ଷ ସଙ୍ଘ ତରଫରୁ ମାସେ ବ୍ୟାପି ଅଗଷ୍ଟ 15ରୁ ସେପ୍ଟେମ୍ବର 15ଯାଏ ସଂସ୍କୃତ ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଥିବାରୁ ଆଜି ତାର ଉଦଯାପନୀ ଦିବସ ଓ 1969ମସିହାରୁ ସସ୍କୃତ ଦିବସ ପାଳନ ହୋଇ ଆସୁଛି ବୋଲି କହିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ କୁମାର ଚନ୍ଦ୍ର ମିଶ୍ର. ସବୁ ଜିଲ୍ଲାରେ,ବ୍ଲକରେ, ସ୍କୁଲ ଓ କଲେଜ ତଥା ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସଂସ୍କୃତ ଦିବସ ପାଳନ କରିଆସୁଛୁ ଓ ଭୋକେଶନାଲ ଶିକ୍ଷା ତଥା ଇଂରାଜୀ ଭାଷାର ପ୍ରଚଳନ ଯୋଗୁଁ ସଂସ୍କୃତ ଭାଷାର ଆଦର କମୁଛି ବୋଲି କହିଛନ୍ତି ସମ୍ପାଦକ ଶ୍ରୀ କୁମାର ମିଶ୍ର.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିଉଜ




