Orisha

ଆଉ ନାହାନ୍ତି ସାରଳା ମନ୍ଦିରର ଦୃଷ୍ଟିହିନ ସେବାୟତ ବାବାଜୀ ରାଉଳ 

 

ତିର୍ତ୍ତୋଲ :- ଝୁରୁଛନ୍ତି ପରିବାର ଜନ, ଝୁରୁଛନ୍ତି ସାଥୀ ସେବାୟତ ! ଝୁରୁଛନ୍ତି ଗ୍ରାମବାସୀ – ବାବାଜୀ ରାଉଳ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ ! ମା’ ଶାରଳାଙ୍କ ନିକଟରେ ଭକ୍ତଙ୍କ ପାଇଁ ଗୁହାରୀ କରିବ କିଏ ? କିଏ ତାଙ୍କ ସ୍ଥାନ ପୂରଣ କରିବେ ? ଶୋକାକୁଳ ପରିବେଶରେ ମର୍ମାହତ ବ୍ୟକ୍ତି ମାନଙ୍କର ଆବେଗପୂର୍ଣ୍ଣ ଅଭିବ୍ୟକ୍ତି ! ବାସ୍ତବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କୁ ଚିରଦିନ ଅବିସ୍ମରଣୀୟ କରିରଖେ ! ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ବ୍ଲକ ଅଧୀନ ଝଙ୍କଡ଼ ଶାରଳା ପୀଠର ଦୃଷ୍ଟିହୀନ ସେବାୟତ ବାବାଜୀ ରାଉଳ(72 ବର୍ଷ)ଙ୍କର ବିଶ୍ଵକର୍ମା ପୂଜା ସଂକ୍ରାନ୍ତି ଦିନ ମଧ୍ୟାହ୍ନ ରେ ହୃଦ୍ଘାଘାତ୍ ରେ ପରଲୋକ ହୋଇଯାଇଛି । କର୍ମମୟ ଜୀବନ ତାଙ୍କର ଅତି ନିଷ୍ଠାପର ଥିଲା !ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ସେ ପ୍ରତ୍ୟେକ ଦିନ ନିଜ ଜନ୍ମସ୍ଥାନ ଦେଉଳି ଗ୍ରାମରୁ ଶାରଳା ମନ୍ଦିର କୁ ହାତରେ ବାଡି ଖଣ୍ଡିଏ ଧରି ଯିବାଆସିବା କରିଥାନ୍ତି। ମୃତ୍ୟୁ ସମୟରେ ତାଙ୍କର ଏକମାତ୍ର ପୁତ୍ର ହରେକୃଷ୍ଣ ରାଉଳ ତାଙ୍କ ପାଖରେ ଥିଲେ ! ପୁଅର ନାମ ହରେକୃଷ୍ଣ ରଖିଥିଲେ ବି ସର୍ବଦା ହରିଆ ହରିଆ ବୋଲି ଡାକନ୍ତି !ଏପରିକି ରୋଗ ଶଯ୍ୟାରେ ପଡିରହି ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ହରିଆ ହରିଆ ଡାକି ଚାଲିଥିଲେ । ଜାଣିନଥିଲେ ଯେ କେବେ ତାଙ୍କର ହରିନାମ ସତ୍ୟହେ ହୋଇଯିବ ! ଜୀବନର ଶେଷ ପର୍ଯ୍ୟନ୍ତ ହରିଆ ଡାକ ବାସ୍ତବିକ ତାଙ୍କ ଶେଷ ନିଶ୍ୱାସ ସମୟରେ, ତାଙ୍କର ଦିବଂଗତ ଆତ୍ମାକୁ ନିଶ୍ଚୟ ଈଶ୍ୱରଙ୍କ ସଦଗତି ପ୍ରାପ୍ତ ହୋଇଥିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଥିଲା । ତାଙ୍କର ପୁତ୍ର ହରେକୃଷ୍ଣ ରାଉଳ ମୁଖାଗ୍ନି ଦେଇଥିବା ବେଳେ, କୁଟୁମ୍ବ ମାନଙ୍କ ତରଫରୁ , ଆୟୋଜିତ ଶବ ଶୋଭାଯାତ୍ରାରେ ସୁରେଶ ଚନ୍ଦ୍ର ରାଉଳ, ରମାକାନ୍ତ ରାଉଳ , ଅରବିନ୍ଦ ରାଉଳ , ବିଜୟ କୁମାର ରାଉଳ , ଉମାକାନ୍ତ ରାଉଳ , ପ୍ରଳୟ କୁମାର ରାଉଳଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହିତ ଶବ ଶୋଭାଯାତ୍ରାରେ ଯୋଗ ଦେଇ ଥିଲେ ।ବିକାଶ ରାଉଳ , ଆଶୁତୋଷ ରାଉଳ , ଅବିନାଶ ରାଉଳ ,ସୁଶାନ୍ତ ରାଉଳ, ପ୍ରସନ୍ନ ରାଉଳ, ପୂର୍ବତ୍ତନ ସରପଞ୍ଚ ନମିତା ରାଉଳ, ବିଚିତ୍ରା ନାୟକ,ଅବକାଶ ରାଉଳ, ଓ ବିଶ୍ବରଂଜନ ରାଉଳ ପ୍ରମୁଖ ଯୋଗ ଦେଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button