ଉଷାରାଣୀ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି !


ତିର୍ତ୍ତୋଲ :- ଖ୍ୟାତନାମା ଶିକ୍ଷକ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ଧର୍ମପତ୍ନୀ, ସେବାନିବୃତ ଚିଫ୍-ଇଞ୍ଜିନିୟର ଆଶୁତୋଷ ମଲ୍ଲିକ ଙ୍କ ମାତା , ତଥା ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଙ୍କ ଶାଶୁ , ଧର୍ମପରାୟଣା ମହିୟସୀ ମହିଳା ଉଷାରାଣୀ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧୋତ୍ସବରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା । ତିର୍ତ୍ତୋଲ ସ୍ଥିତ ବୀଣାପାଣି ମଣ୍ଡପ ରେ ଏହି ସ୍ମୃତିଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ରେ ଏରସମା ବାଲିକୁଦା ର ବିଧାୟକ ରଘୁନନ୍ଦନ ଦାସ , ଜଗତସିଂହପୁର ବିଧାୟକ ତଥା ଶାସକ ଦଳର ମୁଖ୍ୟସଚେତକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ,ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ , ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା , ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା , ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି , ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଜିଲ୍ଲା ବିଜେଡ଼ି ଉପସଭାପତି ଅଶ୍ଵିନୀ ଦାସ , ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ସଭାପତି ସବିତା ମହାପାତ୍ର,ଜିଲ୍ଲା ପରିଷଦ ଗଙ୍ଗାଧର ବିଶ୍ୱାଳ , ସୁନୀଲ କୁମାର ବେହେରା , ବିଶ୍ଵଓଡିଆ ମହସଂଘ ର ସଭାପତି ଏସ ଏନ ମହାପାତ୍ର, ନାରୀନେତ୍ରୀ ରୋଜାଲିନ ମହାପାତ୍ର , ଲିପାଲୀ ରାଉଳ , ବ୍ଲକ ଉପାଧ୍ୟକ୍ଷ। ସନ୍ଧ୍ୟାରାଣୀ ମହାନ୍ତି , ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର , ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ , ଏରସମା ବିଜେଡ଼ି ନେତା ପୀତବାସ ଗୋଚ୍ଛାୟତ, ଶାରଦା ଜେନା, ସମାଜ ସେବୀ ଭାସ୍କର ଚନ୍ଦ୍ର ନାୟକ , ବୈରାଗୀ ଚରଣ ବାରିକ , ସମିତି ସଭ୍ୟ ପ୍ରବୀର ରାୟ ଙ୍କ ସମେତ ରାଜଧାନୀ ଭୁବନେଶ୍ବର , କଟକ, ନିଆଳି , ନିମାପଡ଼ା ଓ କାକଟପୁର ଆଦିଅଞ୍ଚଳରୁ ବହୁ ଜନପ୍ରତିନିଧି , ପ୍ରଶାସନିକ ଅଧିକାରୀ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅରବିନ୍ଦ ହୋତା , ଭବେଶ ଚୌଧୁରୀ , ରମେଶ ଚନ୍ଦ୍ର କୁଅଁର , ନୃସିଂହ ଚରଣ ରାଉଳ ଙ୍କ ସମେତ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଙ୍କର ପରିବାରବର୍ଗ ଓ ଆତ୍ମୀୟସ୍ଵଜନ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




