ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘର ଗାନ୍ଧୀ ମାର୍ଗରେ ବିକ୍ଷୋଭ ସମାବେଶ.


ଭୁବନେଶ୍ୱର, ଆଜି ବିଧାନସଭା ସମ୍ମୁଖରେ ଲୋୟର ପିଏମଜୀରେ ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘ ପକ୍ଷରୁ ପାଞ୍ଚ ଦଫା ସମ୍ବଳିତ ଦାବି ହାସଲ ନିମନ୍ତେ ଏକ ବିଶାଳ ରାଲି ବିକ୍ଷୋଭ ସମାବେଶ କରାଯାଇଅଛି. ଏହି ସମାବେଶରେ ରାଜ୍ୟର ପ୍ରତି ଜିଲ୍ଲାରୁ ସାହସ୍ରାଧିକ ଫାର୍ମାସିଷ୍ଟ ଭାଇ ଭଉଣୀ ମାନେ ଏକାଠି ହୋଇ ସେମାନଙ୍କ ନ୍ୟାର୍ଯ୍ୟ ଦାବିଗୁଡିକ ପ୍ରତି ସରକାର ବାରମ୍ବାର ଅଣଦେଖା କରି ଆସୁଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା. ଦୀର୍ଘ ବର୍ଷ ହେଲା ଫାର୍ମାସିଷ୍ଟ ସେବା ସଙ୍ଘ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଆସୁଛି, ସରକାର ବିଚାର କରି ନ୍ୟାୟ ଦେବେ ବୋଲି ପ୍ରତିଶୃତି ଦେଉଛନ୍ତି, ସଫଳତା ମିଳିବ ବୋଲି ମନରେ ଆଶା ସଂଚାର ହେଉଛି କିନ୍ତୁ ପ୍ରତାରଣାର ସ୍ୱାଦ ଚାଖି ନିରାଶ ହେବାକୁ ପଡୁଛି ବୋଲି ସଙ୍ଘର କର୍ମକର୍ତା ମାନେ ଦୁଃଖ ପ୍ରକାଶ କରି କହୁଛନ୍ତି.ଆମର ମୂଳ ଦରମା ଗ୍ରେଡ଼ ପେକୁ2400 ପରିବର୍ତ୍ତେ 2800କରାଯାଉ,2013ପୂର୍ବରୁ କାମ ଠିକା ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ମାନଙ୍କ ସର୍ଭିସ ପିରିଅଡକୁ କାଉଣ୍ଟ କରାଯାଉ ଓ ମୋବାଇଲ ହେଲଥ ଇୟୁନିଟ ତଥା ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନାରେ କାର୍ଯ୍ୟ ରତ ଥିବା ସବୁ ଫାର୍ମାସିଷ୍ଟ ମାନଙ୍କ ଚାକିରୀ ନିୟମିତ କରାଯାଉ ବୋଲି ଦାବି କରିଛନ୍ତି ଫାର୍ମାସିଷ୍ଟ ସେବା ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଜେନା. ପିଏଚଷୀ ମାନଙ୍କରେ ଡାକ୍ତର ନାହାନ୍ତି, ଏ ଏନ ଏମ ନାହାନ୍ତି, ନର୍ସ ନାହାନ୍ତି ଆମେ ରୋଗୀ ସେବା କରିବୁ, ପେସେଣ୍ଟ ଦେଖିବୁ ଔଷଧ ବାଣ୍ଟିବୁ, ଇଞ୍ଜେକସନ ଦେବୁ, ହସ୍ପିଟାଲ ଚଲେଇବୁ ଆମ ଉପରେ ବହୁତ ଚାପସତ୍ୱେ ସେବା ଯୋଗାଇ ଆସୁଛୁ କିନ୍ତୁ ସରକାର ଦୁଃଖ ବୁଝୁ ନାହାନ୍ତି, ଆମର ଗ୍ରେଡ଼ ପେ ନିହାତି ବଢିବା ଦରକାର ବୋଲି କ୍ଷୋଭ ପ୍ରକାଶ କରିବା ସହ ଶାନ୍ତି ପୁର୍ଣ ଭାବେ ଆଜି ଆନ୍ଦୋଳନକୁ ଆସିଛୁ ଆଶା କରିଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିବେ ଆଉ ଯଦି ସରକାର କିଛି ନ ବୁଝନ୍ତି ତେବେ ଆଗାମୀ ଦିନରେ ସରକାରଙ୍କୁ ସମ୍ପୂର୍ଣ ଅସହଯୋଗ କରିବୁ ବୋଲି କହିଛନ୍ତି ସଙ୍ଘର ଯୁଗ୍ମ ସମ୍ପାଦିକା ଜୟଶ୍ରୀ ମ୍ୟାଡ଼ାମ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୂଜ




