Orisha

କଳାହାଣ୍ଡିରେ ପ୍ରଥମ: ମହିଳାଙ୍କ ଜୀବନ ନେଲା ସ୍କ୍ରବ୍ ଟାଇଫସ୍‌

 

 

ମ.ରାମପୁର: କଳାହାଣ୍ଡି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ମ.ରାମପୁର ତାଳସାଗର ପଡ଼ାର ଯଶୋଦା ସାହୁ (୩୪) ବୋଲି ଜଣାପଡ଼ିଛି। ଗତ ୩୦ ତାରିଖ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ରିପୋର୍ଟ ଆସିବା ପରେ ସ୍କ୍ରବ୍‌ ଟାଇଫସ୍‌ ଯୋଗୁଁ ଜୀବନ ଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଯଶୋଦା ଚାଷ ଜମିକୁ କାମରେ ଯାଇଥିବା ବେଳେ ସେଠାରେ ଏକ କୀଟ କାମୁଡ଼ି ଥିଲା। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ରାଉରକେଲାର ଏକ ଘରୋଇ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ରିପୋର୍ଟ ଆସିବା ପରେ ସ୍କ୍ରବ୍‌ ଟାଇଫସ୍‌ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହା କଳାହାଣ୍ଡି ଜିଲ୍ଲାର ପ୍ରଥମ ଘଟଣା ହୋଇଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଆପଣ ଜାଣନ୍ତି ଯେ ରାଜ୍ୟରେ ଗତ କିଛି ଦିନ ହେବ ଏହି ସ୍କ୍ରବ୍‌ ଟାଇଫସ୍ ଆତଙ୍କ ଦେଖାଦେଇଛି। ବିଶେଷ କରି କ୍ଷେତ କିମ୍ବା ଜଙ୍ଗଲକୁ ଯାଉଥିବା ଲୋକମାନଙ୍କୁ ଏହି ସଂକ୍ରମଣ ହେଉଛି। କ୍ଷେତ ଓ ଜଙ୍ଗଲରେ ରହୁଥିବା ବିଷାକ୍ତ କୀଟ କାମୁଡ଼ିବା ପରେ ବ୍ୟକ୍ତି ସ୍କ୍ରବ୍‌ ଟାଇଫସ୍ ଆକ୍ରାନ୍ତ ‌ହୋଇଥାନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button