Orisha

ଦ୍ୱିତୀୟ ବାର୍ଷିକ ସଚ୍ଚୀ ସାମନ୍ତରାୟ ସେବା ସମିତି ସ୍ମୃତି ଉତ୍ସବ ଅନୁଷ୍ଟିତ।

“ସେବାରେ ଆନନ୍ଦ ସଚ୍ଚିଦାନନ୍ଦ” , ସେବା ହେଉଛି ମଣିଷର ପରିଚୟ । ସେହି ଭଳି ଜଣେ ଦିବଙ୍ଗତ ବ୍ୟକ୍ତିତ୍ଵ ଥିଲେ ସ୍ବର୍ଗତ ସଚ୍ଚିଦାନନ୍ଦ ସାମନ୍ତରାୟ। ତାଙ୍କର ସମାଜ ସେବା ର ନିଶା ଆଜି ତାଙ୍କୁ ଅମର କରି ଦେଇଛି।

ସଚ୍ଚିଦାନନ୍ଦ ସାମନ୍ତ ରାୟ,ଘର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ପଞ୍ଚାୟତ ଅଧୀନ ଏକ ଡାଳିଆ ଗ୍ରାମରେ। ସ୍ବର୍ଗତ ସାମନ୍ତରାୟ ଙ୍କ ଜୀବନ କାଳରେ ଦୁଇ ଥର ସରପଞ୍ଚ, ଥରେ ସମିତି ସଭ୍ୟା ଓ ୨ ଥର ବଡ଼ଚଣା ବ୍ଲକ୍ ଆତ୍ମାର ଅଧକ୍ଷ ପଦ ମଣ୍ଡନ କରି ନିଜର ସମାଜ ସେବାରେ ନିଜର ନିଷ୍ଠା ଓ ନେତୃତ୍ଵ ର ନିଦର୍ଶନ ଛାଡି ଯାଇ ଥିବା ବେଳେ ,ଆଜି ସ୍ବର୍ଗତ ସାମନ୍ତରାୟ ଙ୍କ ସେବାର ଛପା ଆଜି ବି ଭୁଲି ପାରିନାହାନ୍ତି ସ୍ଥାନୀୟ ଅଂଚଳର ଲୋକ ମାନେ।

ସ୍ବର୍ଗତ ସାମନ୍ତରାୟ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସଚ୍ଚି ସାମନ୍ତ ରାୟ ସେବା ସମିତି ଆନୁକୁଲ୍ୟରେ ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ସ୍ମୃତି ସଭାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟ ଧର ମଲ୍ଲିକ ସଭାପତିତ୍ବ କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ର ଲୋକ ପ୍ରିୟ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ଉପାଧକ୍ଷ ଗଣେଶ୍ଵର ବରାଳ, ଜିଲ୍ଲାପରିଷଦ ଅରବିନ୍ଦ ସାମଲ, ପୁର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି , ଆତ୍ମାର ଅଧକ୍ଷ ବିପିନ୍ ବିହାରୀ ଜେନା ଙ୍କ ସମେତ ଶତାଧିକ ବରିଷ୍ଟ ସମାଜ ସେବୀ ଉପସ୍ଥିତ ରହି ସ୍ୱୋର୍ଗତ ସାମନ୍ତରାୟ ଙ୍କ ସମାଜ ସେବାର ଆଦର୍ଶ ସମ୍ପର୍କରେ ଅବଲୋକନ କରିଥିଲେ।

ସଚ୍ଚି ସାମନ୍ତରାୟ ସେବା ସମିତିତିର ଆବାହକ ତଥା ଛତିଆ ସମିତି ସଭ୍ୟ ଦୀପକ ସାହୁ ସ୍ୱୋର୍ଗତ ସଚ୍ଚି ସାମନ୍ତ ରାୟ ଙ୍କ ସହିତ ବହୁ କାର୍ଯ୍ୟ ରେ ପ୍ରତ୍ୟକ୍ଷ ଭାବରେ କରିଥିବା ବେଳେ ତାଙ୍କ ରେ ଆଜି ତାଙ୍କ ର ଅମ୍ଳାନ ଆତ୍ମା ପ୍ରତି ଭକ୍ତି ପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକାଧିକ ନିଆରା ପ୍ରତିଭା,ବରିଷ୍ଠ ସମାଜ ସେବୀ ଓ ଛତିଆ ପ୍ରେସ କ୍ଳବ୍ ସଭାପତି ଙ୍କୁ ସେବା ସମ୍ମାନ ମୁଖ୍ୟଅତିଥି ଙ୍କ କର କମଳରେ ସମ୍ମାନିତ କରାଯାଇଥିଲା । ଏହି ସ୍ମୃତି ବାର୍ଷିକ ଉତ୍ସବ ଅବ ସରରେ ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ଓ ବରିଷ୍ଠ ବ୍ୟକ୍ତି ଓ ମାଆ ଯୋଗ ଦେଇ ସ୍ମୂର୍ତ୍ତୀ ଚରଣ କରିଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁ ଜ୍

Related Articles

Back to top button