ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ ର କାର୍ଯ୍ୟକାରିଣୀ ବୈଠକ


ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପରିସର ରେ ବୌଦ୍ଧ ଜିଲ୍ଲା ଯୁବ ରେଡ୍ କ୍ରସ୍ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ତଥା ମୁଖ୍ୟ ପ୍ରୁଷ୍ଠପୋଶକ ଭାବରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ଵାଇଁ ଅନୁଷ୍ଠାନିକ ଭାବରେ ରେଡକ୍ରସ ର ଜନକ ହେନେରୀ ଦୁନlଣ୍ଟ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ବୈଠକ କୁ ଉଦଘାଟନ କରି ସମସ୍ତ ସଦସ୍ୟ ମାନଙ୍କୁ ସମାଜର ଦୁସ୍ଥ ପୀଡିତ ମାନଙ୍କ ର ସେବା ହିଁ ପ୍ରକୃତ ସେବା ବୋଲି ଅବିହିତ କରିଥିଲେ l ମହାବିଦ୍ୟାଳୟ ସ୍ତରରେ ଯୁବକ ମାନଙ୍କୁ ପାଠ ପଢା ସହ ଜରୁରୀ କାଳୀନ ସେବା ପାଇଁ ଉତ୍ସାହିତ କରିବାକୁ ସମସ୍ତ୍ ଅଧ୍ୟକ୍ଷ ମାନଙ୍କୁ ଉପଦେଶ ଦେଇଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ଵାଗତ କରିବା ସହ ସେବାକାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ l ସଭାରେ ସଭାପତିତ୍ଵ କରି ଯୁବ ରେଡ୍ କ୍ରସ୍ ର ସମ୍ପାଦକ ବୌଦ୍ଧ ଜିଲ୍ଲା ର ଗତବର୍ଷ ର କାର୍ଯ୍ୟକ୍ରମ ର ଏକ ବିବରଣୀ ପ୍ରଦାନ କରିଥିଲେ ଏବଂ ସଭା ପରିଚାଳନା କରିଥିଲେ l ଜିଲ୍ଲା ସଂଯୋଜକ, ସୁରେଶ୍ଵର ଯୋଶୀ ରାଜ୍ୟ ରେଡ୍ କ୍ରସ ପକ୍ଷରୁ ପ୍ରଦାନ କରାଯାଇ ଥିବା କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେବା ସହ ଏହି ବର୍ଷ ର କାର୍ଯ୍ୟକ୍ରମ ଚୁଡାନ୍ତ କରିବାକୁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ମଦନ ମୋହନ ପାତ୍ର ଏବଂ ପି ଡି ଡି ଆର୍ ଡି ଏ, ରବି ନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଏହି ବୈଠକରେ ସମସ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ତାଙ୍କର ମତାମତ ଉପସ୍ଥାପନା କରିଥିଲେ l ବୌଦ୍ଧ ଜିଲ୍ଲା ର ସମସ୍ତ ୨୪ ଟି ମହାବିଦ୍ୟାଳୟ ରେ ଯୁବ ରେଡ୍ କ୍ରସ ଖୋଲି ଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ l ଏହି ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଶିବିର ପଲସlଗୁଡା ମହାବିଦ୍ୟାଳୟ ରେ କରାଯିବା ପାଇଁ ନିଷ୍ପତ୍ତିଗ୍ରହଣ କରାଯାଇଛି l ସମସ୍ତ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ,ରକ୍ତଦାନ, ସ୍ବେଚ୍ଛଭାରତ କାମ ସହ ବିପର୍ଯ୍ୟୟ ପରିଚାଳନା, ଏଡସ , ପ୍ରାଥମିକ ଚିକିତ୍ସା ଇତ୍ଯାଦି ଉପରେ ତାଲିମ୍ ଅନୁଷ୍ଟିତ ହେବ l ଚଳିତ ବର୍ଷ ର ମୁଖ୍ୟ କାର୍ଯ୍ୟକ୍ରମ ହେବ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଥିଲା l ଶେଷରେ ମହାବିଦ୍ୟାଳୟ ର ମହିଳା ପରାମର୍ଶଦାତା ଶ୍ଵେତl ସୁମନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ବୌଦ୍ଧ ରୁ ଉମାକାନ୍ତ ମହାକୁଳ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




