Orisha

ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଜିଲ୍ଲା କଲେଜ ଶିକ୍ଷକ ସଂଗଠନ l

 

ବୌଦ୍ଧ :-15/09:-ବୌଦ୍ଧ ବ୍ଲକ BEO ଅଫିସ ଆଗରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟି ନେଇ ଗଣଧାରଣାରେ ବସିଛନ୍ତି l ଛଅ ବର୍ଷ ଠିକା ସମୟର ଛ’ଟି ନୋସନାଲ ଏନ୍କ୍ରିମେଣ୍ଟ ଦେଇ ଉକ୍ତ ସମୟକୁ ମୂଳ ଚାକିରୀରେ ଗଣନା କରିବା, ଜୁନିଅର ଶିକ୍ଷକ, କଳା, କ୍ରୀଡା ଶିକ୍ଷକ ଙ୍କୁ ନିୟମିତ କରିବା, ଏକ୍ସ କେଡର ଉଛେଦ କରି କେଡ଼ର ଭୁକ୍ତ କରିବା, ଦେଶର ଅନ୍ୟ ରାଜ୍ୟ ଭଳି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନସନ ବ୍ୟବସ୍ଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁକରିବା ଆଦି ଦାବୀ ଗୁଡିକ ଯଥାର୍ଥ ଏହାକୁ ସରକାର ପୂରଣ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା କଲେଜ ସଂଗଠନ l କଲେଜ ସମୂହ ରାଜ୍ୟ କର୍ମଚାରୀ ସଂଗଠନର ସହ ସମ୍ପାଦକ ଅଧ୍ୟାପକ ମାନଭଂଜନ ତ୍ରିପାଠୀ ଓ 488ବର୍ଗ କଲେଜ ଅଧ୍ୟାପକ ସଂଘ ଜିଲ୍ଲା ସଭାପତି ପ୍ରତାପ କୁମାର ରଥ ଉକ୍ତ ଧାରଣାରେ ଯୋଗ ଦେଇ ଦାବୀ ଗୁଡିକ ପୂରଣ ସକାଶେ ସରକାରଙ୍କୁ ନିବେଦନ କରିବା ସହିତ ସମର୍ଥନ ଜଣାଇ ଥିଲେ ଏବଂ ଦାବୀ ପୂରଣ ହେଵା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ l ଶିକ୍ଷକ ଲକ୍ଷ୍ମଣ ନାଏକ, ବୁଲୁକିଶୋର ପୁରୋହିତ, ବିଥିକା ସାମନ୍ତରାୟ ଓ ସୁସ୍ମିତା ପାଣିଗ୍ରାହୀ ନିଜ ନିଜର ବକ୍ତବ୍ୟ ରଖିଥିଲେ l ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରି, ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଉପସଭାପତି ଅଶୋକ ଘିବେଲା, ସମ୍ପାଦକ ଉତ୍ତମ ନାୟକ, ରଂଜିତା ମିଶ୍ର, ରେଣୁପ୍ରଭା ବେହେରା, ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ସନ୍ତୋଷ କୁମାର ଶତପଥି, ନିରଞ୍ଜନ ମେହେର, ରବୀନ୍ଦ୍ର ମେହେର, ସନତ କୁମାର ବାରିକ, ସଞ୍ଜୟ କୁମାର ଦେହୁରୀ, ଶମ୍ଭୁ ପାଣି ମଲ୍ଲିକ, ଶେଷଦେବ ପ୍ରଧାନ, ହୃଦାନନ୍ଦ ପ୍ରଧାନ, ପ୍ରଶାନ୍ତ ଝଙ୍କାର, ସତ୍ୟନାରାୟଣ ସାହୁ, ନାରାୟଣ ସାହୁ, ସୁଶାନ୍ତ କୁମାର ଅମାତ ଙ୍କ ସହିତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button