Orisha

ନଳଗୋଠଗ୍ରାମର ଶ୍ରୀଯୁକ୍ତ ବିମ୍ଭାଧର ମହାପାତ୍ର ଆଜି ଇହ୍ୟଲୀଳା ସମ୍ଭରଣ କରିଛନ୍ତି……..

 

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡl ବ୍ଲକ ଅଧୀନରେ ଥିବା ରାମନଗର ପଞ୍ଚାୟତ ନଳଗୋଠ ଗ୍ରାମର ବୟସ୍କ ବ୍ୟକ୍ତି -ଶ୍ରୀଯୁକ୍ତ ବିମ୍ବାଧର ମହାପାତ୍ର ଆଜି ସକାଳ 9ଟା 45ଘଟିକା ସମୟରେ ଇହ୍ୟଲୀଳା ସମ୍ବରଣ କରିଛନ୍ତି l ତାଙ୍କ ମୃତ୍ୟୁ ବେଳକୁ 91ବୟସ ହୋଇସାରିଥିଲା l ଶ୍ରୀଯୁକ୍ତ ମହାପାତ୍ର ଦୀର୍ଘ ଦିନ ଧରି ବିଜୁଜନତା ଦଳର ଜଣେ ସଂଗଠନ ଭାବରେ ଅଂଚଳ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସହଯୋଗ ଦେଇ ଆସିଛନ୍ତି l ତାଙ୍କ ମୃତ୍ୟୁ ର ସମ୍ବାଦ ପାଇ ଜିଲ୍ଲା ପରିଷଦ -ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମଣ୍ଡଳ, ବ୍ଲକ ଉପାଦକ୍ଷ -ଶ୍ରୀଯୁକ୍ତ ବିଜୟ ଶୁକ୍ଳ ‘ଗ୍ରାମ ସରପଞ୍ଚ -ଶ୍ରୀଯୁକ୍ତ ମିଳନ କୁମାର ଦେବନାଥ ତାଙ୍କ ବାସଭବନ ରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ l ଏବଂ ଏଥି ସହିତ ଆମ ଅଞ୍ଚଳ ର ଜଣାଶୁଣା ନାଗରିକ -ଶ୍ରୀଯୁକ୍ତ ହେମନ୍ତ ପରିଡା,ଶ୍ରୀଯୁକ୍ତ ବିଶ୍ୱମ୍ବର ମହାପାତ୍ର,ଶ୍ରୀଯୁକ୍ତ ନୀଳମଣି ସାମଲ, ଶ୍ରୀଯୁକ୍ତ ଗୁରୁଚରଣ ଚୌଧୁରୀ ଏବଂ ଶ୍ରୀଯୁକ୍ତ ପବିତ୍ର ମୋହନ ରାଉତ, ଶ୍ରୀଯୁକ୍ତ ବିନୋଦ କୁମାର ରାଉତ ମଧ୍ୟ ତାଙ୍କ ବାସଭାବନ ରେ ପହଂଚି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ l ଶ୍ରୀଯୁକ୍ତ ମହାପାତ୍ର ଜଣେ ମଧୁର ସ୍ୱାଭାବର ମେଳାପି ବ୍ୟକ୍ତି ଓ ବନ୍ଧୁ ବତ୍ସଳ ଏବଂ ସ୍ନେହି ବ୍ୟକ୍ତି ଥିଲେ l ତାଙ୍କ ବିୟୋଗ ରେ ଆଜି ପରିବାର, ବନ୍ଧୁଜନ ଓ ଗ୍ରାମବାସୀ ବନ୍ଧୁଜନ ପରିବାର ବର୍ଗ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି l ଏହା ଗୋଟେ ନଳ ଗୋଠ ଗ୍ରାମପାଇଁ ଅପୂର୍ଵଣିୟ କ୍ଷେତି ଘଟିଛି l କଥାରେ ଅଛି ଦଇବ ଦଉଡି ମଣିଷ ଗାଈ ଯେଣିକି ଓଟାରେ ତେଣିକି ଯାଇ ଏବେ ବି ଛୋଟ ପାଖରୁ ବଡ଼ଯାଏଁ ସମସ୍ତଙ୍କମନ ଭାଙ୍ଗି ପଡିଛି l ଆଉ ଦେଖିବାକୁ ମିଳିବନି ମହାପାତ୍ରଙ୍କୁ କିଏ ଆଉ ସେନ୍ହ ଦବ କିଏ ଆଉ ମଧୁର କଥା କହିବ l ପରିଶେଷରେ ଶ୍ରୀଯୁକ୍ତ ପାହାପାତ୍ର ଙ୍କ ମରଶରୀର ପରିବାର ବର୍ଗ ‘ବନ୍ଧୁଜନ ଓ ଗ୍ରାମବାସୀ ମିଳିତ ସହଯୋଗରେ ନିଜ ବାଡ଼ିରେ ପରିସର ମଧ୍ୟ୍ୟରେ ଅନ୍ତେଷ୍ଟି କ୍ରିୟା ସମ୍ପୂର୍ଣ କରାଯାଇଥିଲା l ସମର୍ଥ news ଚାନେଲ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ l ପରମେଶ୍ୱର ନିକଟରେ ପ୍ରାର୍ଥନା କରୁଛୁ ମହାପାତ୍ର ଙ୍କ ଆତ୍ମା ଙ୍କୁ ସଦଗଦି ଦିୟନ୍ତୁ l

ମାର୍ଶାଘାଇ ରୁ ଭୀମସେନ ଦାସ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button