Orisha

ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଧ୍ୟାନ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା ମାନେ ଆଠ ଦଫା ଦାବି ପତ୍ର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ପ୍ରଦାନ କରିଥିଲେ।ଏହି ଆଠ ଦଫା ମାନଙ୍କ ମଧ୍ୟରୁ ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ଶିକ୍ଷା ବିଭାଗ ର କର୍ମୀ ଭାବେ ଘୋଷଣା କରାଯାଉ,ମଧ୍ୟାନ୍ନ ଭୋଜନ କର୍ମୀ ମାନଙ୍କୁ ବର୍ଷକୁ୧୦ମାସ ପରିବର୍ତ୍ତେ ୧୨ମାସର ଦରମା ଦିଆଯାଉ,ମଧ୍ୟାନ୍ନ ଭୋଜନ ଯୋଜନାକୁ ଘରୋଇ କରଣ ବନ୍ଦ କରାଯାଉ ଏଭଳି ଆଠ ଦଫା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସଂଘ ସାଧାରଣ ସମ୍ପାଦିକା ଦେବକୀ ଶବର, ଥୁଆମୁଳ ରାମପୁର ବ୍ଲକ ପ୍ରତିନିଧି ସୌଦାମିନୀ ନାଏକ,କଲମ ପୁର ବ୍ଲକ ପ୍ରତିନିଧି ରସିକ ମାଝୀ, ଜୁନାଗଡ଼ ବ୍ଲକ ପ୍ରତିନିଧି ଗୁଣ୍ଡିଚା ଭାଟି, ଭବାନୀପାଟଣା ଟାଉନ ପ୍ରତିନିଧି ଅମ୍ବିକା ମାଝୀ, ସଦର ବ୍ଲକ ପ୍ରତିନିଧି ସୁଶୀଲା ଗଉଡ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button