Orisha

ଅବ୍ୟବସ୍ଥାରେ ଦର୍ପଣୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର।

ସ୍ବାସ୍ଥ୍ୟ ସେବାର ନାଁ ଗନ୍ଧ ନାହିଁ। ମାଳମାଳ ରୋଗୀ ହେଲେ ଡାକ୍ତର ନିଖୋଜ। ନିଯୁକ୍ତ ଡାକ୍ତରଙ୍କୁ କେବେ ଦେଖିନାହାନ୍ତି ସ୍ଥାନୀୟ ଲୋକେ। ଫାର୍ମାସିଷ୍ଟକୁ କହୁଛନ୍ତି ଡାକ୍ତରୀ ମାଡାମ। ଆସୁଥିବା ରୋଗୀଙ୍କ ଏକମାତ୍ର ଭରସା ପାଲଟିଛନ୍ତି ହୋମିଓପ୍ୟାଥିକ ଡାକ୍ତର। କାମ ଚଳା ରୋଗୀ ଦେଖୁଛନ୍ତି ହେଲେ ଜରୁରୀକାଳୀନ ଚିକିତ୍ସା ବେଳେ ହାତ ଟେକି ଦେଉଛନ୍ତି। ଏଲୋପାଥିକ ଡାକ୍ତର ନିଯୁକ୍ତ ଥିବା ବେଳେ ଚିକିତ୍ସା ରୁ ବଞ୍ଚିତ ହେଉଛନ୍ତି ଲୋକେ। ସ୍ବାସ୍ଥ୍ୟ ସେବାର ବିକଳଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ ଦର୍ପଣୀ ଡାକ୍ତରଖାନାରେ। ଏହି ଡାକ୍ତରଖାନାକୁ ଅଧିକ ସଂଖ୍ୟକ ରୋଗୀ ଆସୁଥିବାରୁ ବିଭାଗ ପକ୍ଷରୁ ଜଣେ ସ୍ଥାୟୀ ଏଲୋପାଥିକ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟକୁ ନିଯୁକ୍ତ କରାଯାଇଛି। ଏହା ସତ୍ତ୍ୱେ ଆୟୁଷ ଡାକ୍ତର ନିୟମିତ ଭାବେ ରୋଗୀଙ୍କୁ ଚିକିତ୍ସା କରି ହୋମିଓପ୍ୟାଥିକ ଔଷଧ ଦେଉଥିବା ବେଳେ ନିଯୁକ୍ତ ମହିଳା ଫାର୍ମାସିଷ୍ଟ ଲିପିକା ନାୟକ ସପ୍ତାହରେ ଏକାଧିକ ଦିନ ଅସୁସ୍ଥତା ଦର୍ଶାଇ ଅନୁପସ୍ଥିତ ରହୁଛନ୍ତି। ମହିଳା ଫାର୍ମାସିଷ୍ଟ ଜଣକ ସରକାରୀ ଡାକ୍ତରଖାନାରେ ଅନୁପସ୍ଥିତ ରହି ଏକ ଘରୋଇ ଚିକିତ୍ସାଳୟରେ କାମ କରିବା ଓ ନିଜ ଘରେ ରୋଗୀ ଦେଖି ଅର୍ଥ କମାଇବା ଭଳି ସଂଙ୍ଗିନ ଅଭିଯୋଗ ହୋଇଛି। ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର କୁ ୫ଟି ରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ କର୍ମଚାରୀଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ସରକାରୀ ଡାକ୍ତରଖାନା ଉପରୁ ରୋଗୀ ଙ୍କ ଭରସା ତୁଟି ଯାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଏକାଧିକ ଗାଁ ଲୋକଙ୍କ ସମେତ ଦୁର୍ଘଟଣା ଜନିତ ରୋଗୀ ନାହିଁ ନଥିବାର ହିନସ୍ତା ହେଉଛନ୍ତି। ଏଠାରେ ନିଯୁକ୍ତ ହୋଇଥିବା ଏଲୋପାଥିକ ଡାକ୍ତର ଜସଶ୍ରୀ ରଞ୍ଜନ ଖଟୁଆଙ୍କୁ କେହି କେବେବି ଗୋଟିଏ ଦିନ ଦେଖିନଥିବା କହୁଥିବା ବେଳେ ଆଉ କେତେକ ଲୋକ କହୁଛନ୍ତି କାଁ ଭାଁ ସପ୍ତାହ ର ମଙ୍ଗଳବାର ଦିନ ୧୦ଟାରେ ଆସି ୧୨ଟାରେ ଡାକ୍ତର ପଳାଇଯାଉଛନ୍ତି। ବଡ଼ଚଣା ମେଡିକାଲ ଅଫିସର ଙ୍କୁ ଅନ୍ଧାରରେ ରଖି ଡାକ୍ତର ଜଣକ କର୍ତ୍ତବ୍ୟ ରେ ବହୁତ ଅବହେଳା ଓ ଠକୁ ଥିବା ଜଣାପଡିଛି। ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button