ବିଧାୟକ ଙ୍କ କରକମଳରେ ଚାରିନଙ୍ଗଳ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଉଦ୍ଘାଟନ।


ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭ ଉଦ୍ଘାଟନ ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀ ଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଏସ କେ ମୋଇନ୍ନ ସଭାପତିତ୍ବ କରିଥିବା ବେଳେ, ଚାରିନଙ୍ଗଳ ସରପଞ୍ଚ ନୂରଜାହାନ ବେଗମ୍ ପଞ୍ଚାୟତ ର ଉନ୍ନତି ଲାଗି ମାନ୍ୟବର ବିଧାୟକ ଙ୍କ ପ୍ରଚେଷ୍ଟାରେ ଆଜି ବିକାଶ ପଥେ ପଞ୍ଚାୟତ ଆଗେଇ ଚାଲିଛି ବୋଲି କହିଥିଲେ। ଏକ କାଳୀନ ପଞ୍ଚାୟତ ର ଝର୍ କୁଳ,ଗହ୍ ନଗର, ଚାରି ନଙ୍ଗଳ ଠାରେ ୩ ଗୋଟି ପୃଥକ୍ ପୃଥକ୍ ଅଙ୍ଗନ୍ ବାଡି ଗୃହ ର ଉଦ୍ଘାଟନ ହୋଇ ଥିବା ବେଳେ,ପଞ୍ଚାୟତ ମିଶନ ଶକ୍ତି ଗୃହ ର ଉଦ୍ଘାଟନ କରାଯାଇଥିଲା। ପ୍ରତ୍ୟେକ ଅଙ୍ଗନ୍ ବାଡି କେନ୍ଦ୍ର ପାଇଁ ୫ ଲକ୍ଷ ୯୦ ହଜାର, ମିଶନ ଶକ୍ତି ଗୃହ ୪ ଲକ୍ଷ ବ୍ୟୟ ଅଟକଳ ହୋଇ ଥିବା ବେଳେ ବିଧାୟକ ଶ୍ରୀ ଯୁକ୍ତ ଶତପଥୀ ଙ୍କୁ ପଞ୍ଚାୟତ ବାସୀ ଶ୍ରୀ ଶତପଥୀ ଙ୍କୁ କୃତଜ୍ଞତା ଜଣାଇ ଛନ୍ତି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇ ଥିଲେ।,,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




