ଆମ୍ବଶରଭଟା ଗ୍ରାମରେ ହତ୍ୟା କାଣ୍ଡ l


-ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବଶରଭଟା ଗ୍ରାମରେ ଘଟିଯାଇଛି ହତ୍ୟା କାଣ୍ଡ I ସୂଚନା ଅନୁସାରେ ଜମିରେ ପାଣି କଟା କୁ ନେଇ ଉଭୟ ପରିବାର ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ତା ପରେ ଝଗଡା ଉଗ୍ରରୂପ ନେଇ ଥିଲା ଏଥିରେ ଉତକ୍ଷିପ୍ତ ହୋଇ ବଡ ବାପା ଙ୍କୁ ଟାଙ୍ଗୀ ରେ ହାଣି ହତ୍ୟା କଲା ପୁତୁରା I ସେହି ସମୟରେ ବାପା ଙ୍କୁ ବଞ୍ଚାଇବାକୁ ଯାଇ ସାନ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଛି ତାକୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ବୁର୍ଲା ମେଡିକାଲ କୁ ଚିକିତ୍ସା ପାଇଁ ନିଆଯାଇ ଥିବା ସୂଚନା ମିଳିଛି I ଖବର ପାଇ ଘଟଣା ସ୍ଥଳକୁ ସୁବଳୟା ଥାନା ପୋଲିସ ଅଧିକାରୀ ସୁଶାନ୍ତ କୁମାର ପଧାନ, ଏସଆଇ ଦୀପ୍ତିରଞ୍ଜନ ଦିଗଲ, କୁଞ୍ଜଳତା ବେହେରା ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ ଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ l ବଲାଙ୍ଗୀର ରୁ ସାଇଣ୍ଟିଫିକ ଆସିଲା ପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଶବକୁ ପୋଲିସ ହେପାଜତରେ ବୀରମହାରାଜପୁର ଡାକ୍ତରଖାନା କୁ ପଠାଯାଇଛି l ହତ୍ୟାକାରୀ ମାନଙ୍କୁ ପୋଲିସ ଗିରଫ କରି ପୋଲିସ କେସ ନମ୍ବର 352/23ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି l ସୁବର୍ଣ୍ଣପୁରରୁ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ l




