Orisha

କବି, ଲେଖକ, ସାହିତ୍ୟିକଙ୍କ ଉପସ୍ଥିତ ରେ, ବୈଦିକ ରୀତିରେ ଜନ୍ମଦିନ ପାଳିଲେ ଋତୁପର୍ଣ୍ଣା

 

ତିର୍ତ୍ତୋଲ :- ଭିନ୍ନ ଏକ ପଦ୍ଧତି ରେ ଆୟୋଜନ ହେଲା ଜନ୍ମଦିନ ! ବେଦଧ୍ଵନୀରେ ମୁଖରିତ ହେଲା ମାହୋଲ ! ଅତିଥି ମାନଙ୍କ ଦ୍ୱାରା ପ୍ରଜ୍ବଳିତ ହେଲା ପ୍ରଦୀପ !ସଭାର ପ୍ରାରମ୍ଭରୁ ଆଧ୍ୟାତ୍ମିକ ଭଜନ ଗାଇଲେ ଜନ୍ମଦିନର ଆକର୍ଷଣ କନ୍ୟାରତ୍ନ ସାଇ ଋତୁପର୍ଣ୍ଣା ! ଆୟୋଜିତ ସଭାର ସଭାପତି ଥିଲେ ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲଖ ବିହାରୀ ପଳାଇ ! ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ! ମୁଖ୍ୟବକ୍ତା ଥିଲେ ନବକାକଳୀ ପତ୍ରିକାର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ! ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ପ୍ରାଧ୍ୟାପିକା ବିଷ୍ନୁପ୍ରିୟା ଦାସ, ହେମନ୍ତ କୁମାର ନାୟକ, ଶିକ୍ଷାବିତ୍ ଝୁଲରାମ ଦାସ, କବି ପରମାନନ୍ଦ ମିଶ୍ର, ଦିଗମ୍ବର ରାଉତ ଏବଂ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ରବୀନ୍ଦ୍ର ସାହୁ !

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କୁମାର ଉତ୍ସବ ସମିତି ପରିସରରେ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ତରଫରୁ, ଶିଶୁ ନୃତ୍ୟଶିଳ୍ପୀ ସାଇ ଋତୁପର୍ଣ୍ଣା ଙ୍କ ଚତୁର୍ଦ୍ଦଶତମ ଜନ୍ମଦିନ ଉପଲକ୍ଷେ କନ୍ୟାରତ୍ନ ଉତ୍ସବ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଉତ୍ସବର ତତ୍ତ୍ୱାବଧାନ କରିଥିଲେ ସଂସଦ ର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ! କନ୍ୟାଟିଏ ଜନ୍ମ ଠାରୁ ବିଭିନ୍ନ ପର୍ଯ୍ୟାୟରେ ବୃଦ୍ଧିପ୍ରାପ୍ତ ହୋଇ ଗୃହଲକ୍ଷ୍ମୀ ରେ ପଦାର୍ପଣ କରିବା ପର୍ଯ୍ୟନ୍ତ ବିଭିନ୍ନ ପୌରାଣିକ, ଐତିହାସିକ,ସାମାଜିକ ଦୃଷ୍ଟାନ୍ତ ମାଧ୍ୟମରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ ! ପରିଶେଷରେ ଉପସ୍ଥିତ କବୀମାନେ ଯଥା ଅଶୋକ ଲେଙ୍କା, ପଦ୍ମାବତୀ ମିଶ୍ର, ପ୍ରମୋଦ କୁମାର ସାହୁ,ବିଭୂଷିତା ଦାସ, ଆଇନଜୀବି ମଞ୍ଜୁଲତା ରାଉତ, ପବିତ୍ର ନାୟକ ଏବଂ ଭାଗବତ ପ୍ରସାଦ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରି ଜନ୍ମଦିନ କୁ ଉତ୍ସବ ମୁଖର କରିବା ସହିତ ଋତୁପର୍ଣ୍ଣାଙ୍କୁ ଆଶିଷ ପ୍ରଦାନ କରିଥିଲେ ! ବୈଦିକ ମନ୍ତ୍ରଧ୍ୱନି ଉଚ୍ଚାରଣ କରିଥିଲେ ପଣ୍ଡିତ ଶରତ କୁମାର ଦାଶ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button