Orisha

ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ପୁରାଉଆଁସ ପର୍ବ ପାଳିତ।

ବୌଦ୍ଧ-୧୪-୯-୨୩ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକର ବାଉଁଶୁଣି ଅଞ୍ଚଳରେ ଗୁରୁବାର ପୁରାଉଆଁସ (ସପ୍ତପୁରୀ ଅମାବାସ୍ୟା) ପର୍ବ ପାଳିତ ହୋଇଅଛି। ଛୋଟ ଛୋଟ ବାଳିକା ମାନେ ବାଉଁଶର କୂଲେଇ ଓ ଚାଙ୍ଗୁଡିରେ ମାଟିରେ ନିର୍ମିତ କାଁଚି, କୁଁଢ଼ି , ବିଭିନ୍ନ ପ୍ରକାର ଚଣା ଏବଂ ଅନ୍ୟାନ୍ୟ ଘରକରଣା  ସାମଗ୍ରୀ ନେଇ ଗ୍ରାମର ପୀଠ ଗୁଡିକରେ ଥିବା ଦେବାଦେବୀଙ୍କୁ ପୂଜା କରିଥିଲେ। ସେହିପରି ବାଳକ ମାନେ ମାଟି ଓ କାଠରେ ନିର୍ମିତ ଘୋଡା ହାତୀ ଆଦି ଚକଲଗା ଖେଳଣା ନେଇ ସେହି ସ୍ଥାନରେ ସେମାନଙ୍କ ଖେଳଣା ସବୁକୁ ପୂଜା କରିବା ସହ ଏହି ପର୍ବରେ ସାମିଲ ହୋଇଥିଲେ। କାହିଁ କେଉଁ କାଳରୁ ପଶ୍ଚିମ ଓଡ଼ିଶାରେ ଏହି ପର୍ବ ପାଳନ ହୋଇ ଆସୁଛି। ଏହିପରି ଭାବେ ଏପର୍ବକୁ ପାଳନ କରିବା ଦ୍ୱାରା ଝିଅ ମାନେ ଛୋଟ ବୟସରୁ ଘରକରଣା ବିଷୟରେ ଅଭିଜ୍ଞତା ହାସଲ କରିଥାନ୍ତି ବୋଲି ବୟସ୍କ ବ୍ୟକ୍ତି ମାନେ ମତ ଦିଅନ୍ତି। ସେହିପରି ପୁଅ ମାନେ ଘୋଡା ହାତୀର ଖେଳଣା ସହିତ ପର୍ବରେ ସାମିଲ ହେଉଥିବାରୁ ସେମାନେ ଯୁଦ୍ଧବିଦ୍ୟା ବିଷୟରେ ଅଭିଜ୍ଞତା ହାସଲ କରିଥାନ୍ତି ବୋଲି ପଶ୍ଚିମ ଓଡିଶାବାସୀଙ୍କ ବିଶ୍ୱାସ ରହିଅଛି।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button