କେବେ ପୂର୍ଣ୍ଣାଙ୍ଗ ହେବ ମା’ ଶାରଳାଙ୍କ ମନ୍ଦିର ର 5T ନବୀକରଣ କାର୍ଯ୍ୟ ?


ତିର୍ତ୍ତୋଲ :- କିଏ ଦେଖିଥିଲା ମା’ ଶାରଳାଙ୍କ ଆଖିର ଲୁହ ? କାହାକୁ ମା’ ଶାରଳା ଜଣାଇଥିଲେ ନିଜର ଦୁଃଖ ? ମା’ ଙ୍କ ପାଇଁ ପୂର୍ବ ମନ୍ଦିର ଯଥେଷ୍ଟ ନୁଁହେବୋଲି କିଏ କହିଥିଲା 5T ସଚିବଙ୍କୁ ? ଯେବେ ମା’ ଙ୍କ ମନ୍ଦିରର ନବୀକରଣ ପାଇଁ 5T ସଚିବ ପହଞ୍ଚି ଥିଲେ ଝଙ୍କଡ଼ କ୍ଷେତ୍ରରେ କଣ ଥିଲା ତାଙ୍କର ପ୍ରତିଶୃତି ? ଏବେ ସେ ପ୍ରତିଶୃତି ପାଳନରେ ଅବହେଳା କରୁଛି କିଏ ?
ଏସବୁର ସମୀକ୍ଷା କରୁକରୁ ଦିନ ମାସ ବର୍ଷ ବିତିଯିବ ସିନା, ସମ୍ପୂର୍ଣ୍ଣ ହୋଇପାରିବନି ମନ୍ଦିରର କାର୍ଯ୍ୟ !
କାରଣ ଏଠାରେ ଚାଲିଛି ମନ୍ଦିର ରାଜନୀତି ! ମନ୍ଦିର ସେବାୟତଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ! ଦଳେ ସେବକ କାର୍ଯ୍ୟ ଠିକ ହେଉଛି ବୋଲି କହୁଥିଲା ବେଳେ, ଆଉ ଦଳେ କାର୍ଯ୍ୟର ନିର୍ମାଣ ଅଧାପନ୍ତରିଆ ହୋଇ ପଡିଥିବାର କହୁଛନ୍ତି ! ବାସ୍ତବ ଚିତ୍ର କହୁଛି ଠିକାଦାର ମହାଶୟଙ୍କ ମନ୍ଦିର ପ୍ରଶାସନ ସହିତ ମଧୁଚନ୍ଦ୍ରୁକା କଥା ! ମା’ ଶାରଳାଙ୍କୁ ବି ଛାଡିଲେନି ଠିକାଦାର ଓ ସରକାର ! ଯୁଆଡେ ଦେଖିବ ଖାଲି ଭଙ୍ଗା ଇଟା ଆଉ ଦେବାଲ ର ଭଗ୍ନାବଶେଷ ! ଆଉ କିଛି ଦିନ ପରେ ଆୟୋଜିତ ହେବ ମା’ ଙ୍କର ପାର୍ବଣ ପୂଜା ! ଭିଡ ଲାଗିଯିବ ଯାତ୍ରୀଙ୍କର ! ଅଳିଆ ଆବର୍ଜନାରେ ଭରପୁର ମନ୍ଦିରର ଚତୁର୍ପାଶ୍ୱ ! ଯାତ୍ରୀଙ୍କର ଠିଆ ହେବାକୁ ମିଳିବନି ଜାଗା ! ଏତେ ଅବ୍ୟବସ୍ଥା ଭିତରେ ମା’ ଶାରଳା ଖୁସୀ ହେବେତ ? ଅପର ପକ୍ଷରେ ଦୋକାନ ବଜାରରେ ବ୍ୟବସାୟ କରୁଥିବା ଦୋକାନୀ ବ୍ୟବସାୟ ହରେଇ ଶୋଚନୀୟ ଜୀବନ ଯାପନ କରୁଛନ୍ତି ! ସରକାରଙ୍କର ପ୍ରତିଶୃତି ଅଠର ମାସର ନିର୍ମାଣ କାଯ୍ୟରେ ତେର ମାସ ବିତିଯାଇଥିବା ବେଳେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲେ ବି କୌଣସି ପ୍ରଭାବ 5T ସଚିବଙ୍କୁ ବିଚଳିତ କରିପାରୁନି ! ଚର୍ଚ୍ଚା ହେଉଛି ଯେ ମା’ ଶାରଳା କିଛି ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତୁ ନଚେତ ଭକ୍ତ ମାନେ ପାର୍ବଣ ସମୟରେ ଅସନ୍ତୁଷ୍ଟ ହୋଇ ଆସି ନ ପାରନ୍ତି !ମା’ ଙ୍କ ଦର୍ଶନରୁ ବଞ୍ଚିତ ହୋଇ ପାରନ୍ତି ! ଦେଖିବାକୁ ରହିଲା ପାର୍ବଣ ପୂର୍ବରୁ ମନ୍ଦିରର ନିର୍ମାଣ କେତେଦୂର ଯାଉଛି ???
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




