Orisha

ଜୀବନ କୁ ବାଜି ଲଗାଇ ଟ୍ୟୁବ୍ ସାହାଯ୍ୟରେ ରୋଗୀଙ୍କୁ ନଦୀ ପାର : ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦାବୀ 

କନ୍ଧମାଳ:(ସମର୍ଥ ନ୍ୟୁଜ): ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଭରା ନଇରେ ରୋଗୀଙ୍କୁ ଟ୍ୟୁବରେ ବସେଇ ଖଡ଼ଗ ନଦୀରେ ପାର କରି ଆଣିଲେ ରୋଗୀଙ୍କ ପରିବାର ଲୋକେ । ବାଲିଗୁଡା ଠାରୁ ସାଇନପଡାକୁ ଦେଇ ଖଡ଼ଗ ନଦୀରେ ଏକ ସେତୁ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁବେର ମୁଣ୍ଡା ଗ୍ରାମରେ ୧୫ ପରିବାର ରୁହନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତର କୁବେର ମୁଣ୍ଡା ଗ୍ରାମର ଏପରି ଏକ ଦୟନୀୟ ଘଟଣା ସାମ୍ନା କୁ ଆସିଛି । ଏହି ଗ୍ରାମର ଅନନ୍ତ ପ୍ରଧାନ (୪୫)ସ୍ଵାମୀ ଙ୍କ ନାମ ରଘୁନାଥ ପ୍ରଧାନ ଦୀର୍ଘ ୪ଦିନ ହେଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେପଟେ କୁବେର ମୁଣ୍ଡା ଗ୍ରାମ ଠାରୁ କ.ନୂଆଗାଁ କୁ ଯିବା ପାଇଁ ହେଲେ ପାଖା ପାଖି ୨୨ କିଲୋ ମିଟର ଯିବାକୁ ହୁଏ । କୁବେର ମୁଣ୍ଡା ଠାରୁ ମହାସିଙ୍ଗକୁ ଦେଢ କିଲୋମିଟର ହେବ । ଫଳରେ ଜୀବନକୁ ବାଜି ଲଗେଇ ଖଡ଼ଗ ନଦୀ ପାର ହେବା କୁ ପରିସ୍ଥିତି ବାଧ୍ଯ କରୁଛି।ଗ୍ରାମ କୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ବାହାନ ପହଞ୍ଚି ପାରେ ନାହିଁ । ଫଳରେ ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ଭଳି ମୌଳିକ ସମସ୍ୟାର ଏଠାକାର ବାସିନ୍ଦା ସମ୍ମୁଖୀନ ହୋଇ ଆସୁଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ଅଞ୍ଚଳ ପ୍ରତି ଦୃଷ୍ଟି ଦେଇ ରାସ୍ତା, ପୋଲ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ଭଳି ମୌଳିକ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

 

Related Articles

Back to top button