Orisha

ବିଦ୍ୟାଳୟ ତରଫରୁ କୃତି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଚଳିତ ମାସ 7ତାରିଖ ଠାରୁ 10ତାରିଖ ପର୍ଯ୍ୟନ୍ତ ସୁନ୍ଦର ଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହ୍ୟାଣ୍ଡବଲ ପ୍ରତିଯୋଗିତା ରେ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମୁଖ୍ୟ ଭାବରେ ଭାଗ ନେଇଥିଲେ, ଏଥିରେ 8ଜଣ ବାଳକ ଓ 5ଜଣ ବାଳିକା ଭାଗ ନେବା ସହିତ ତନ ମଧ୍ୟରୁ କେତେକ ଖେଳାଳି ଜାତୀୟ ସ୍ତର ରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି, ଏହି ଉପଲକ୍ଷେ ଆଜି ବିଦ୍ୟାଳୟ ତରଫରୁ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଥିଲା, ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା ଏଥିରେ ଅଧକ୍ଷତା କରିଥିଲେ, ପରିଚାଳନା କମିଟି ସଭା ପତି ଅକ୍ଷୟ ପଣ୍ଡା ଉପସଭାନେତ୍ରୀ ସାବିତ୍ରୀ ପଣ୍ଡା ଧନେଶ୍ୱର ବେହେରା ଅଜୟ ବେହେରା କ୍ରୀଡା ଶିକ୍ଷକ ତନୁଶ୍ରୀ ସାମଲ ହରିହର ବିଶ୍ୱାଳ ଶଙ୍କର ପ୍ରସାଦ ମହାପାତ୍ର ପ୍ରମୁଖ ସାମ୍ମନ୍ୱିତ ଅତିଥି ଭାବେ ଯୋଗ ଦେଇହିଲେ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରାଇଥିଲେ, କୃତି ଖେଳାଳି ମାନଙ୍କୁ ଟ୍ରଫି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା, ବରିଷ୍ଠ ଶିକ୍ଷକ ଅଶୋକ ପୃଷ୍ଟି ଧନ୍ୟବାଦ ଅର୍ପଣ କରି ଥିଲେ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button